ଖେଳ

IPL 2026: Cameron Green KKR: କେକେଆର ପାଇଁ କ୍ୟାମେରନ୍ ଗ୍ରିନ୍ ବୋଲିଂ କରିବେ ନାହିଁ…

ସୋମବାର ଗ୍ରିନ୍‌ଙ୍କ ବୋଲିଂ ସମ୍ବନ୍ଧରେ ପ୍ରଶ୍ନଗୁଡ଼ିକର ଉତ୍ତରରେ ରାହାଣେ କହିଲେ, "ଆପଣ କ୍ରିକେଟ୍ ଅଷ୍ଟ୍ରେଲିଆକୁ ପଚାରନ୍ତୁ,"। ଏହା ତାଙ୍କର ବର୍ତ୍ତମାନ ସ୍ୱାସ୍ଥ୍ୟସ୍ଥିତି ଉପରେ ଚର୍ଚ୍ଚା ସୃଷ୍ଟି କରିଛି। ଗ୍ରିନ୍‌ ଖୁବ୍‌ଶୀଘ୍ର ବୋଲିଂ ଆରମ୍ଭ କରିବେ ବୋଲି ସେ ଆଶାବାଦୀ ଅଛନ୍ତି।

ମୁମ୍ବାଇ, ୩୦/୩: ଆଇପିଏଲ୍‌ର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି କାମେରନ୍‌ ଗ୍ରିନ ପୁଣି ଥରେ ଚର୍ଚ୍ଚାକୁ ଆସିଯାଇଛନ୍ତି। ଏଥର ତାଙ୍କର ବୋଲିଂ ନ କରିବାକୁ ନେଇ ଚର୍ଚ୍ଚା ହେଉଛି । ପ୍ରଶ୍ନ ଉଠୁଛି ଏତେ ମହଙ୍ଗା ଖେଳାଳି କିଣି ଲାଭ କ’ଣ, ଯିଏକି ଆବଶ୍ୟକ ସମୟରେ ବୋଲିଂ କରିପାରିବେ ନାହିଁ। ତେବ‌େ ଏନେଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବୟାନ ଜାରି ମଧ୍ୟ କରିଛି।

ଆଶା ଗ୍ରିନ୍‌ ଖୁବ୍‌ଶୀଘ୍ର ବୋଲିଂ କରିବେ: ରାହାଣେ

ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ସେ ବୋଲିଂ କରିନଥିଲେ। ଏହି ମ୍ୟାଚ୍‌ରେ କେକେଆର୍‌ ପରାଜୟ ବରଣ କରିବା ପରେ ଯେତେବେଳେ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ପ୍ରଶ୍ନ କରାଗଲା ସେ ଅଳ୍ପ ହସି ଜବାବ ଦେଇଥିଲେ, “ଏ ସମ୍ପର୍କରେ ଆପଣ ‘କ୍ରିକେଟ୍‌ ଅଷ୍ଟ୍ରେଲିଆ’କୁ ପଚାରିବା ଉଚିତ୍‌’’। ସେ ଆହୁରି ମଧ୍ୟ କହିଥିଲେ ଯେ “ଦଳ ଭଲ ବ୍ୟାଟିଂ କରୁଛି, କିନ୍ତୁ ବୋଲିଂରେ ଭାରସାମ୍ୟ ହାସଲ କରିବା ଗୁରୁତ୍ବପୂର୍ଣ୍ଣ। ଆଶା କରାଯାଉଛି ଯେ ଗ୍ରିନ୍‌ ଖୁବ ଶୀଘ୍ର ବୋଲିଂ କରିବା ଆରମ୍ଭ କରିବେ’’।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button