ଦେଶ ବିଦେଶ

Iran backs down on 800 executions: ଟ୍ରମ୍ପଙ୍କ ଚେତାବନୀ ପରେ ଇରାନରେ ଅଟକିଲା ୮୦୦ ଜଣଙ୍କ ଫାଶୀ

ଇରାନରେ ଲାଗିରହିଥିବା ସରକାର ବିରୋଧୀ ପ୍ରଦର୍ଶନକୁୁ ଚାପିବାକୁ ଆୟାତୋଲ୍ଲା ଅଲି ଖେମିନି ପ୍ରଶାସନ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ଇରାନରେ ୮୦୦ ଜଣ ଲୋକଙ୍କ ମୃତ୍ୟୁଦଣ୍ଡ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି।

ୱାସିଂଟନଇରାନରେ ଲାଗିରହିଥିବା ସରକାର ବିରୋଧୀ ପ୍ରଦର୍ଶନକୁୁ ଚାପିବାକୁ ଆୟାତୋଲ୍ଲା ଅଲି ଖେମିନି ପ୍ରଶାସନ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ଇରାନରେ ୮୦୦ ଜଣ ଲୋକଙ୍କ ମୃତ୍ୟୁଦଣ୍ଡ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ମାନବାଧିକାର ଗୋଷ୍ଠୀଗୁଡ଼ିକ ଅନୁଯାୟୀ, ଇରାନ ଦେଶବ୍ୟାପୀ ସରକାର ବିରୋଧୀ ପ୍ରଦର୍ଶନ ଉପରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯେଉଁଥିରେ ୨୬୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ଶହ ଶହ ଲୋକଙ୍କ ଫାଶୀ ଦେବାର ଆଶଙ୍କା ରହିଛି। ହଜାର ହଜାର ସଂଖ୍ୟାର ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି।

ତେହେରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ

ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ, ଇରାନ ସରକାରଙ୍କ ଯୋଜନାବଦ୍ଧ ମୃତ୍ୟୁଦଣ୍ଡକୁ ୱାସିଂଟନ ପ୍ରଦର୍ଶନକାରୀଙ୍କ ଉପରେ ହିଂସାତ୍ମକ ଦମନ ଭାବରେ ଗ୍ରହଣ କରିଥିବାବେଳେ ଟ୍ରମ୍ପ୍ ପ୍ରଶାସନ ଇରାନ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସିଧାସଳଖ ଚେତାବନୀ ଦେଇଛନ୍ତି। ଲେଭିଟ୍‌ କହିଛନ୍ତି, ବିରୋଧ ପ୍ରଦର୍ଶନକୁ ନେଇ ଯଦି ଇରାନରେ ହତ୍ୟା ଲାଗି ରହେ ତେବେ ତେହେରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ରାଷ୍ଟ୍ରପତିଙ୍କ ନିକଟରେ ସମସ୍ତ ବିକଳ୍ପ ଖୋଲା ରହିଛି। ଇରାନ ସ୍ଥିତି ଉପରେ ନଜର ରଖାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଟ୍ରମ୍ପ ପ୍ରଶାସନ ଇରାନର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ସଚିବ ଓ ଏକ ଗୁପ୍ତ ବ୍ୟାଙ୍କିଂ ନେଟୱର୍କ ସହିତ ଜଡ଼ିତ ୧୮ ଲୋକ ଓ କମ୍ପାନି ଉପରେ କଟକଣା ଲଗାଇଛି। ୨୬ ବର୍ଷୀୟ ଇରାନୀ ପ୍ରତିବାଦକାରୀ ଇରଫାନ୍ ସୁଲତାନୀଙ୍କ ମୃତ୍ୟୁଦଣ୍ଡ ଆଦେଶ ପରେ ଟ୍ରମ୍ପ ପ୍ରଶାସନ ଇରାନକୁ କଡ଼ା ଚେତାବନୀ ଦେଇଥିଲା। ସୁଲତାନୀଙ୍କ ପରିବାର ଲୋକ କହିଛନ୍ତି ଯେ ଇରଫାନଙ୍କର ମୃତ୍ୟୁଦଣ୍ଡ ସ୍ଥଗିତ ରଖାଯାଇଛି। ସୁଲତାନୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇନାହିଁ ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମ ଆଇଆର୍‌ଆଇବି ସ୍ପଷ୍ଟ କରିଛି।

ଆମେରିକା ଓ ଇରାନ ମଧ୍ୟରେ କଥାବାର୍ତ୍ତା ନେଇ ସାଉଦି ଆରବ, କତାର, ଓମାନ ଓ ଇଜିପ୍ଟ ମଧ୍ୟସ୍ଥତା କରିଥିଲେ। ରଏଟର୍ସର ରିପୋର୍ଟ ଅନୁଯାୟୀ, ଏହି ଗଲ୍ଫ ଦେଶମାନଙ୍କ ୪୮ ଘଣ୍ଟାର ପ୍ରୟାସ ପରେ ଆମେରିକା ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିଛି। ଇରାନରେ ହିଂସା ଘଟଣା କମିଥିବା ଟ୍ରମ୍ପ କହିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button