ISI: ନୂଆ ଅସ୍ତ୍ର ପାଲଟିଛି ପାକିସ୍ତାନ ସୋସିଆଲ ମିଡିଆ ଷ୍ଟାର

ଭାରତରେ ଆତଙ୍କବାଦୀ ଆକ୍ରମଣ ଓ ଅସ୍ଥିରତା ସୃଷ୍ଟି କରିବା ଲକ୍ଷ୍ୟରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ନୂଆ ନୂଆ ମାଧ୍ୟମ ବ୍ୟବହାର କରିଆସୁଛି। ବର୍ତ୍ତମାନ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆଇଏସ୍ଆଇ ପାକିସ୍ତାନର ସୋସିଆଲ ମିଡିଆ…
ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣ ଓ ଅସ୍ଥିରତା ସୃଷ୍ଟି କରିବା ଲକ୍ଷ୍ୟରେ ପାକିସ୍ତାନର ଗୁଇନ୍ଦା ସଂସ୍ଥାଆଇଏସ୍ଆଇ ନୂଆ ନୂଆ ମାଧ୍ୟମ ବ୍ୟବହାର କରିଆସୁଛି। ବର୍ତ୍ତମାନ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆଇଏସ୍ଆଇ ପାକିସ୍ତାନର ସୋସିଆଲ ମିଡିଆ ଷ୍ଟାର ଶହଜାଦ ଭଟ୍ଟିକୁ ମାଧ୍ୟମ କରିଛି। ଗତ କିଛି ମାସ ମଧ୍ୟରେ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ତଦନ୍ତରେ ବାରମ୍ବାର ଶହଜାଦ ଭଟ୍ଟିର ନାମ ସାମ୍ନାକୁ ଆସୁଛି। ଏକଦା ପାକିସ୍ତାନର ଜଣେ ସୋସିଆଲ ମିଡିଆ ଇନ୍ଫ୍ଲ୍ୟୁଏନ୍ସର୍ ଭାବରେ ଜଣାଶୁଣା ଭଟ୍ଟିକୁ ଏଜେନ୍ସିଗୁଡ଼ିକ ଗ୍ୟାଙ୍ଗଷ୍ଟର ମଡ୍ୟୁଲ, ଯୁବପିଢ଼ିଙ୍କ ମୌଳବାଦ ଚିନ୍ତାଧାରାରେ ପ୍ରଭାବିତ କରିବା, ଅସ୍ତ୍ରଶସ୍ତ୍ର ଚାଲାଣ ଓ ଭାରତରେ ଅଶାନ୍ତି ସୃଷ୍ଟି କରିବାର ଷଡ଼ଯନ୍ତ୍ର ସହିତ ଜଡିତ ଏକ ଡିଜିଟାଲ୍ ନେଟୱର୍କ ପଛରେ ଥିବା ଦର୍ଶାଇଛି।
ଶନିବାର ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ଭଟ୍ଟିଙ୍କ ମଡ୍ୟୁଲ୍ ସହ ଜଡିତ ଆଠ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ଏହି ସନ୍ଦିଗ୍ଧ ଆତଙ୍କୀ ଦେଶବ୍ୟାପୀ ବଡ଼ ଆକ୍ରମଣ ଯୋଜନା କରୁଥିଲେ ବୋଲି ଅଭିଯୋଗ ହୋଇଛି। ସ୍ୱତନ୍ତ୍ର ପୁଲିସ କମିଶନର (ସ୍ପେଶାଲ ସେଲ୍) ଅନିଲ ଶୁକ୍ଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅଭିଯୁକ୍ତଙ୍କଠାରୁ ଚାରୋଟି ପାକିସ୍ତାନ ନିର୍ମିତ ହ୍ୟାଣ୍ଡ ଗ୍ରେନେଡ୍, ଦୁଇଟି ଗ୍ଲକ୍ ପିସ୍ତଲ, ୨୪ଟି କାର୍ଟ୍ରିଜ୍, ଗୋଟିଏ ଚୋରି ମୋଟରସାଇକେଲ୍ ଓ ଗୋଟିଏ ଚୋରି ସ୍କୁଟର ଜବତ କରାଯାଇଛି। ଗିରଫ ୮ ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶର ବିଜୟ ଓରଫ ସୁଟର (୨୩), ଝାଡ଼ଖଣ୍ଡର ନୀତୀଶ ପାଶୱାନ (୨୩), ମହାରାଷ୍ଟ୍ରର ତୌକିର୍ ରିଜୱାନ ଅହମଦ ଶେଖ୍ (୨୭) ଓ ସାଜିଦ୍ ମେହବୁବ୍ ଶେଖ୍ ଓରଫ ଅର୍ବାଜ ଖାନ୍ (୨୭) ପଞ୍ଜାବର ହରବିନ୍ଦର ସିଂହ (୨୮), ଗଗନଦୀପ ସିଂହ (୨୮) ଓ ମନଜିତ ସିଂହ (୨୩) ଓ ନେପାଳ ନାଗରିକ ଆଙ୍ଗ କାମି ଲାମା (୬୬)। ଚଳିତ ମାସର ପ୍ରାରମ୍ଭରେ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍) ଓ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସ୍ଟିଏଫ୍) ମଧ୍ୟ ଏକ ମିଳିତ ଅପରେସନ୍ରେ ଭଟ୍ଟି-ଆବିଦ୍ ଜଟ୍ଟ୍ ମଡ୍ୟୁଲ୍ ସହିତ ଜଡିତ ଚାରି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ।
ଭଟ୍ଟି ବର୍ତ୍ତମାନ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍, ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ), ଉତ୍ତର ପ୍ରଦେଶ ଏଟିଏସ୍, ଉତ୍ତରାଖଣ୍ଡ ଏସ୍ଟିଏଫ୍ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥା ସମେତ ଅନେକ ଏଜେନ୍ସି ପାଇଁ ପ୍ରମୁଖ ଟାର୍ଗେଟରେ ରହିଛି।
ଶହଜାଦ ଭଟ୍ଟି ମୂଳତଃ ପାକିସ୍ତାନର ପଞ୍ଜାବ ପ୍ରଦେଶର ବାସିନ୍ଦା। ସେ ସୋସିଆଲ ମିଡିଆରେ ନିଜକୁ ଜଣେ ବ୍ୟବସାୟୀ, ସମାଜସେବୀ ଓ ଧାର୍ମିକ ପ୍ରସଙ୍ଗରେ ଇନଫ୍ଲ୍ୟୁଏନ୍ସର ଭାବରେ ପରିଚୟ ସୃଷ୍ଟି କରିଛିା। ତେବେ ତଦନ୍ତ ଏଜେନ୍ସିଗୁଡ଼ିକ କହିଛନ୍ତି ଯେ, ଭଟ୍ଟିର ଅପରାଧିକ ପ୍ରୋଫାଇଲ୍ ଏକ ଭିନ୍ନ କାହାଣୀ କହୁଛି। ପାକିସ୍ତାନୀ ପୁଲିସ ରେକର୍ଡ ଅନୁଯାୟୀ, ୨୦୧୩ରେ ଭଟ୍ଟି ବିରୋଧରେ ଚୋରି ଓ ଡକାୟତି ସମେତ ଦୁଷ୍କର୍ମ ଭଳି ଗୁରୁତର ଅଭିଯୋଗ ଆସିଥିଲା। ୨୦୧୫ରେ ସେ ପାକିସ୍ତାନରୁ ଖସି ଦୁବାଇ ଚାଲିଯାଇଥିଲା ଓ ସେଠାରେ କ୍ଷୀର ବ୍ୟବସାୟ ଆରମ୍ଭ କରିଥିଲା। ସେହି ସମୟରେ ବଲୁଚିସ୍ତାନର ଫାରୁକ୍ ଖୋଖର ଗ୍ୟାଙ୍ଗ ସଂସର୍ଶରେ ଆସିଥିଲା ଓ ଗ୍ୟାଙ୍ଗର ଜଣେ ପ୍ରମୁଖ ସଦସ୍ୟ ପାଲଟି ଯାଇଥିଲା।
ଭଟ୍ଟି ‘୩୩୩’ ନାମରେ ଅନଲାଇନ୍ ଉପସ୍ଥିତି ମଧ୍ୟ ପ୍ରତିଷ୍ଠା କରିଥିଲା। ଭାରତ-ପାକିସ୍ତାନ ସମ୍ପର୍କ, ଧାର୍ମିକ ପ୍ରସଙ୍ଗ ଓ ପ୍ରଭାବଶାଳୀମାନଙ୍କ ମଧ୍ୟରେ ବିବାଦ ଉପରେ ଭିଡିଓ ତିଆରି କରୁଥିଲା। ଭଟ୍ଟିର ବହୁ ସଂଖ୍ୟାରେ ଅନୁଗାମୀ ଅଛନ୍ତି। ତେବେ ତଦନ୍ତ ଏଜେନ୍ସିଗୁଡ଼ିକ ବିଶ୍ୱାସ କରନ୍ତି ଯେ, ଏହି ଲୋକପ୍ରିୟତା ଏକ ବୃହତ ନେଟୱର୍କ ଗଠନ ପାଇଁ ଏକ ଆବରଣ ଭାବରେ କାମ କରିଥିଲା। ଭାରତୀୟ ଏଜେନ୍ସିଗୁଡ଼ିକ ଦାବି କରୁଛନ୍ତି ଯେ, ଭଟ୍ଟି ଏକା କାମ କରୁନାହିଁ ଓ ସେ ପାକିସ୍ତାନର ଆଇଏସ୍ଆଇ ସହିତ ଜଡିତ। ଭଟ୍ଟିକୁ ଆବିଦ ଜଟ୍ଟ, ଅଜମଲ ଗୁଜ୍ଜର ଓ ୟୱାର ଖାନଙ୍କ ଭଳି ହ୍ୟାଣ୍ଡଲରମାନଙ୍କ ସମର୍ଥନ ରହିଛ
ସୌଜନ୍ୟ ସମ୍ବାଦ




