ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନ ଆତଙ୍କିତ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବେ ଭାରତକୁ କ୍ଷତି ପହଞ୍ଚାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ଏକ ନୂତନ ପଦ୍ଧତି ଆପଣାଇଛି। ପୂର୍ବତନ ର’ ଏଜେଣ୍ଟ ଲକି ବିଷ୍ଟ ଆଇଏସ୍ଆଇର ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛନ୍ତି ଏବଂ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଲକି ବିଷ୍ଟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଦାବି କରିଛନ୍ତି ଯେ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଭାରତ ବିଷୟରେ ଗୁଇନ୍ଦା ସୂଚନା ବାହାର କରିବା ପାଇଁ ଡେଟିଂ ଆପ୍ ମାଧ୍ୟମରେ ଲୋକଙ୍କୁ ହନି ଟ୍ରାପ୍ କରୁଛି।
ଡେଟିଂ ଆପ୍ ମାଧ୍ୟମରେ ଲୋକଙ୍କୁ ଫସାଉଛି ଆଇଏସଆଇ। ଭିଡିଓଟି ସେୟାର କରି ସେ କହିଛନ୍ତି,ପାକିସ୍ତାନର ଗୁଇନ୍ଦା ସଂସ୍ଥା, ଆଇଏସ୍ଆଇ, ଫସାଇବାର ଏକ ନୂଆ ପଦ୍ଧତି ଆପଣେଇଛି। ଅନେକ ଲୋକ ଡେଟିଂ ଆପ୍ ମାଧ୍ୟମରେ ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିଥାନ୍ତି। ସେମାନେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରି ସୂଚନା ସଂଗ୍ରହ କରନ୍ତି। ଏହି ସମସ୍ତ ସୂଚନା ଶତ୍ରୁ ପାକିସ୍ତାନ କିମ୍ବା ଅନ୍ୟ ଦେଶମାନଙ୍କ ପାଖକୁ ଯାଉଛି। ସେ ଜନସାଧାରଣଙ୍କୁ ଏଭଳି ଲୋକମାନଙ୍କଠାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି। ପୂର୍ବରୁ, ଏକ ପୋଷ୍ଟରେ, ଲକି ବିଷ୍ଟ ଦାବି କରିଥିଲେ, ଆଇଏସ୍ଆଇ ଭାରତୀୟ ଏବଂ ବେଲୁଚ୍ ଲୋକଙ୍କ ସହିତ ଜଡିତ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ଉପରେ ୨୪ ଘଣ୍ଟା ନଜର ରଖୁଛି।
ସେ କହିଛନ୍ତି, ମେ’ ୨୦୨୫ରେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନୀ ସେନାର ଭୟ ସମସ୍ତେ ଦେଖିଛନ୍ତି। ଯେତେବେଳେ ଡିଜି ଆଇଏସ୍ପିଆର୍ ଅହମ୍ମଦ ସରିଫ ଚୌଧୁରୀ ମୀର ୟାର ବାଲୋଚ୍ ଭଳି ଆକାଉଣ୍ଟର ତାଲିକା ସହିତ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ପରିସ୍ଥିତି ଏପରି ହୋଇଛି ଯେ, ଆଇଏସ୍ଆଇର ‘ଡିଜି ଟେକ୍ନିକାଲ୍’ ଏବଂ ଆଇଏସ୍ପିଆର୍ର ‘ବ୍ରାଭୋ ଡିଭିଜନ୍’ ୨୪ ଘଣ୍ଟା ଭାରତୀୟ ଏବଂ ବାଲୁଚ୍ ଆକାଉଣ୍ଟ ଉପରେ ଗୁପ୍ତଚରୀ କରୁଛନ୍ତି ଯାହା ପାକିସ୍ତାନର ବାସ୍ତବତାକୁ ବିଶ୍ୱ ସମ୍ମୁଖରେ ପ୍ରକାଶ କରୁଛି। ଏହା ସେମାନଙ୍କର ହ୍ରାସ ପାଉଥିବା ମନୋବଳ ଏବଂ ଭୟର ସ୍ପଷ୍ଟ ପ୍ରମାଣ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ