Israel: ତେହେରାନରେ ପାକ୍ ଦୂତାବାସ ନିକଟରେ ଇସ୍ରାଏଲର ଆକ୍ରମଣ
ଇରାନର ରାଜଧାନୀ ତେହେରାନର କେନ୍ଦ୍ରାଞ୍ଚଳରେ ଇସ୍ରାଏଲ ଏବଂ ଆମେରିକା ପକ୍ଷରୁ ଏୟାରଷ୍ଟ୍ରାଇକ ଜାରି ରହିଛି। ପାକିସ୍ତାନୀ ଦୂତାବାସ ଏବଂ ରାଷ୍ଟ୍ରଦୂତଙ୍କ ବାସଭବନର ଅତି ନିକଟରେ ବୋମାମାଡ଼ ହେବା ପରେ ପାକିସ୍ତାନ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି।

ଇସଲାମାବାଦ/ତେହେରାନ: ଇରାନର ରାଜଧାନୀ ତେହେରାନର କେନ୍ଦ୍ରାଞ୍ଚଳରେ ଇସ୍ରାଏଲ ଏବଂ ଆମେରିକା ପକ୍ଷରୁ ଏୟାରଷ୍ଟ୍ରାଇକ ଜାରି ରହିଛି। ପାକିସ୍ତାନୀ ଦୂତାବାସ ଏବଂ ରାଷ୍ଟ୍ରଦୂତଙ୍କ ବାସଭବନର ଅତି ନିକଟରେ ବୋମାମାଡ଼ ହେବା ପରେ ପାକିସ୍ତାନ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏହି ଘଟଣା ପରେ ଇସଲାମାବାଦ ପକ୍ଷରୁ ଇସ୍ରାଏଲ ଏବଂ ଆମେରିକାକୁ ଏକ ଚେତାବନୀ ଜାରି କରାଯାଇଛି।
ପାକିସ୍ତାନ ସରକାରଙ୍କ ସହ ଅନୁବନ୍ଧିତ ‘ପାକିସ୍ତାନ ଷ୍ଟ୍ରାଟେଜିକ ଫୋରମ୍’ ପକ୍ଷରୁ ଜାରି ଏକ ବକ୍ତବ୍ୟରେ କୁହାଯାଇଛି ଯେ, ଇସ୍ରାଏଲ ମନେ ରଖିବା ଉଚିତ ଯେ ପାକିସ୍ତାନ କତର ନୁହେଁ। ଯଦି ଆମର କୂଟନୀତିଜ୍ଞଙ୍କର କିଛି କ୍ଷତି ହୁଏ, ତେବେ ଆମେ ସେମାନଙ୍କୁ ଉଚିତ ଶିକ୍ଷା ଦେବୁ । ରିପୋର୍ଟ ଅନୁଯାୟୀ, ଗୁରୁବାର ହୋଇଥିବା ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଏହା ଦୂତାବାସ ପରିସର ଏବଂ ନିକଟସ୍ଥ କୋଠାଗୁଡ଼ିକୁ ଦୋହଲାଇ ଦେଇଥିଲା। ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ପାକିସ୍ତାନ, ଆମେରିକା ଏବଂ ଇରାନ ମଧ୍ୟରେ ଏକ ୧୫-ସୂତ୍ରୀ ଅସ୍ତ୍ରବିରତି ପ୍ରସ୍ତାବ ପାଇଁ ମଧ୍ୟସ୍ଥି ଭାବେ କାର୍ଯ୍ୟ କରୁଛି।
ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ, ନିଜର କୂଟନୈତିକ କର୍ମଚାରୀଙ୍କ ସୁରକ୍ଷା ସହ ସେମାନେ କୌଣସି ପ୍ରକାର ବୁଝାମଣା କରିବେ ନାହିଁ ଏବଂ ଯେକୌଣସି ଆକ୍ରମଣର କଡ଼ା ସାମରିକ ଜବାବ ଦିଆଯିବ।
ସୌଜନ୍ୟ ସମ୍ବାଦ




