Israel Iran War: ଇରାନ ନେତାଙ୍କୁ ହତ୍ୟା କରିବା ଇସ୍ରାଏଲ ପାଇଁ ଓଲଟା ପ୍ରଭାବ ପକାଇପାରେ: ବିଶେଷଜ୍ଞ
ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ଏହାର ଶୀର୍ଷ ନେତୃତ୍ବଙ୍କୁ ହତ୍ୟା କରିବାରେ ଲାଗିଛି। ଫେବ୍ରୁଆରି ୨୮ରେ ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରଠାରୁ ତେହେରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସମେତ ୩୦ ଜଣ ପ୍ରମୁଖ ନେତାଙ୍କୁ ହତ୍ୟା କରିଥିଲା।

ତେଲ ଅଭିଭ:ଇସ୍ରାଏଲଇରାନ ଉପରେ ଆକ୍ରମଣ କରିବା ପରଠାରୁ ଏହାର ଶୀର୍ଷ ନେତୃତ୍ବଙ୍କୁ ହତ୍ୟା କରିବାରେ ଲାଗିଛି। ଫେବ୍ରୁଆରି ୨୮ରେ ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରଠାରୁ ତେହେରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସମେତ ୩୦ ଜଣ ପ୍ରମୁଖ ନେତାଙ୍କୁ ହତ୍ୟା କରିଥିଲା। ନିକଟରେ ଅଲି ଲାରିଜାନିଙ୍କୁ ହତ୍ୟା କରାଯାଇଥିଲା। ତେବେ ନେତାମାନଙ୍କୁ ଏପରି ଭାବେ ହତ୍ୟା କରିବା ମଧ୍ୟ ଓଲଟା ପ୍ରଭାବ ପକାଇପାରେ ଓ ଅନୁଗାମୀମାନଙ୍କୁ ଅଧିକ ଉଗ୍ର କରିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇ କହିଛନ୍ତି।
ଇରାନ ଉପରେ ଆକ୍ରମଣ ପଡିଲା ମହଙ୍ଗା
ଏପରିକି ଅନୁଗାମୀଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରିପାରେ। ନର୍ଥଇଷ୍ଟର୍ଣ୍ଣ ୟୁନିଭରସିଟି ରାଜନୈତିକ ବୈଜ୍ଞାନିକ ମ୍ୟାକ୍ସ ଆବ୍ରାହମ୍ସ କହିଛନ୍ତି ଯେ, ଆଫଗାନିସ୍ତାନ, ପାକିସ୍ତାନ, ଇସ୍ରାଏଲ ଓ ପାଲେଷ୍ଟାଇନ ଅଞ୍ଚଳରୁ ମିଳିଥିବା ତଥ୍ୟ ଦର୍ଶାଉଛି ଯେ ଟାର୍ଗେଟେଡ୍ ହତ୍ୟା ପରେ ସାଧାରଣ ନାଗରିକଙ୍କ ବିରୋଧରେ ହିଂସା ବୃଦ୍ଧି ପାଇଛି। ଟାର୍ଗେଟ ହତ୍ୟା ନେତୃତ୍ୱ କ୍ଷେତ୍ରରେ ଶୂନ୍ୟସ୍ଥାନ ଏବଂ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି କରିପାରେ, କିନ୍ତୁ କେବଳ ଯେତେବେଳେ ଏକ ସୁସଙ୍ଗତ ରାଜନୈତିକ ରଣନୀତି ସହିତ ଯୋଡା ଯାଇଥାଏ ବୋଲି ବେରୁତର କାର୍ନେଗି ମଧ୍ୟ-ପୂର୍ବ କେନ୍ଦ୍ରର ଉପ-ନିର୍ଦ୍ଦେଶକ ମୋହନଦ ହାଗେ ଅଲି କହିଛନ୍ତି। ଇସ୍ରାଏଲ ହେଜବୁଲା ନେତା ହସନ ନସରଲ୍ଲାଙ୍କୁ ହତ୍ୟା କରିବା ସତ୍ତ୍ବେ ଏହା ଏବେବି ଯୁଦ୍ଧ କରୁଛି। ଇସ୍ରାଏଲ ହମାସର ବଡ଼ ବଡ଼ ନେତାଙ୍କୁ ହତ୍ୟା କରିବା ସତ୍ତ୍ବେ ଏହା ଗାଜାର ଅଧା ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଛି ଓ ଅସ୍ତ୍ର ତ୍ୟାଗ କରିନାହିଁ।
ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି ଇରାନ
ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ର ଗ୍ଲୋବାଲ୍ ସିକ୍ୟୁରିଟି ଆଣ୍ଡ୍ ଜିଓଷ୍ଟ୍ରାଟେଜିର ଚେୟାର ଜନ୍ ଅଲ୍ଟରମ୍ୟାନ୍ କହିଛନ୍ତି ଯେ, ଟାର୍ଗେଟେଡ୍ କିଲିଂର ପ୍ରଭାବ ପ୍ରାୟତଃ ସମୟ ସହିତ କମିଯାଏ। ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟା ପରେ ତାଙ୍କ ପୁଅ ମୋଜତବା ଖେମିନି ସର୍ବୋଚ୍ଚ ନେତା ହୋଇଥିଲେ। କିନ୍ତୁ ମୋଜତବାଙ୍କୁ ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ। କିନ୍ତୁ ଇରାନର ରିଭୋଲ୍ୟୁସନାରୀ ଗାର୍ଡ଼ ଏବେବି ଇସ୍ରାଏଲ ଓ ପଡ଼ୋଶୀ ଗଲ୍ଫ ଦେଶମାନଙ୍କ ଉପରେ ଭୀଷଣ ଆକ୍ରମଣ ଜାରି ରଖିଛି। ଏପରିକି ହର୍ମୁଜ ପ୍ରଣାଳୀକୁ ନିଜ ନିୟନ୍ତ୍ରଣରେ ରଖି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି।
ସୌଜନ୍ୟ ସମ୍ବାଦ




