ଦେଶ ବିଦେଶ

Gelatin Sticks: ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଫୁଟପାଥ୍‌ରୁ ମିଳିଲା ଜେଲେଟିନ୍ ଷ୍ଟିକ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ଥାନରୁ ତିନି କିଲୋମିଟର ଦୂରରେ ଏକ ଫୁଟପାଥରେ ଦୁଇଟି ଜିଲେଟିନ୍ ଷ୍ଟିକ୍ ମିଳିଛି। ବିସ୍ଫୋରକ ତିଆରିରେ ଜିଲେଟିନ୍ ଷ୍ଟିକ୍ ବ୍ୟବହାର କରାଯାଏ। ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ନିକଟରେ ଜିଲେଟିନ୍ ଷ୍ଟିକ୍ ମିଳିବା ପରେ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତାଙ୍କ ସୁରକ୍ଷାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି।

ବିନା ଅନୁମତିରେ କିମ୍ବା ସୁରକ୍ଷା ମାନଦଣ୍ଡ ପାଳନ ନକରି ସେଗୁଡ଼ିକୁ ବ୍ୟବହାର କରିବା ଅତ୍ୟନ୍ତ ବିପଜ୍ଜନକ ଏବଂ ବେଆଇନ। ଅନଧିକୃତ ଭାବରେ ବିସ୍ଫୋରକ ସାମଗ୍ରୀ ରଖିବା କିମ୍ବା ବ୍ୟବହାର କରିବା ଏକ ଗମ୍ଭୀର ଅପରାଧ। ଏନେଇ ଜେଲଦଣ୍ଡ ଏବଂ ଜରିମାନା ହୋଇପାରେ। ପୁଲିସ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ସ୍ଥଳ ନିକଟରେ ଜେଲାଟିନ୍ ଷ୍ଟିକ୍ ମିଳିବା ଘଟଣାର ତଦନ୍ତ କରୁଛି।

 

 

ସୌଜନ୍ୟ ସମ୍ବାଦ

Show More
Back to top button