ଦେଶ ବିଦେଶ

Jammu and Kashmir: ଜମ୍ମୁ‑କାଶ୍ମୀରକୁ ରାଜ୍ୟ ମାନ୍ୟତା ଦାବି

ଜମ୍ମୁ‑କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇବା ଦାବିରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱରେ ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି) ପକ୍ଷରୁ ସୋମବାର ଦିଲ୍ଲୀରେ ବିକ୍ଷୋଭ କରାଯାଇଛି। ତେବେ ଜନ୍ତରମନ୍ତର ଅଭିମୁଖେ ଯାଉଥିବା ଓମାର ଓ ତାଙ୍କ ଦଳର ନେତାମାନଙ୍କୁ ପୁଲିସ ବାଟରେ ଅଟକାଇ ଦେଇଥିଲେ।

ନୂଆଦିଲ୍ଲୀ: ଜମ୍ମୁ‑କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟମାନ୍ୟତା ଫେରାଇବା ଦାବିରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱରେ ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି) ପକ୍ଷରୁ ସୋମବାର ଦିଲ୍ଲୀରେ ବିକ୍ଷୋଭ କରାଯାଇଛି। ତେବେ ଜନ୍ତରମନ୍ତର ଅଭିମୁଖେ ଯାଉଥିବା ଓମାର ଓ ତାଙ୍କ ଦଳର ନେତାମାନଙ୍କୁ ପୁଲିସ ବାଟରେ ଅଟକାଇ ଦେଇଥିଲେ। ଏହାପରେ ଓମାର ନିଜ ଦୁଇ ପୁଅ ଜାହିର ଓ ଜମିରଙ୍କ ସହ ଅଟୋରିକ୍ସାରେ ଯାତ୍ରା କରିଥିଲେ। ତାଙ୍କର ଏହି ଅଟୋଯାତ୍ରାଦିଲ୍ଲୀରେ ଆଲୋଚନାର ବିଷୟ ହୋଇଥିଲା।

ସେହି ସମୟରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ସଂସଦ ଅଭିମୁଖେ ପଦଯାତ୍ରା ପାଇଁ ଆହ୍ବାନ ଦିଆଯାଇଥିବାରୁ ମଧ୍ୟ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ବିଭିନ୍ନ ରାସ୍ତାରେ ପୁଲିସ ବ୍ୟାରିକେଡ୍‌ କରିବା ସହ ରାଜଧାନୀକୁ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲେ। ଏହି କଟକଣା ଭିତରେ ଏନ୍‌ସି ନେତାମାନେ ଜନ୍ତରମନ୍ତରରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ।

ପୁଲିସ ଅଟକାଇବା ପରେ ଓମାର ଓ ଏନ୍‌ସିର ଅନ୍ୟ ନେତାମାନେ ରାସ୍ତାରେ ବସି ଜମ୍ମୁ‑କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ସପକ୍ଷରେ ସ୍ଲୋଗାନ୍‌ ଦେଇଥିଲେ। କେନ୍ଦ୍ର ସରକାର ସେମାନଙ୍କୁ ଜନ୍ତରମନ୍ତରରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବାକୁ ଦେଇ ନ ଥିବା ଓମାର ଅଭିଯୋଗ କରିଛନ୍ତି। ତେବେ ଅଟକାଇ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ସ୍ବରକୁ ଚପାଇ ଦିଆଯାଇପାରି ନାହିଁ ବୋଲି ସେ ‘ଏକ୍ସ’ରେ ଲେଖିଛନ୍ତି। ରାଜ୍ୟ ମାନ୍ୟତା, ସାମ୍ବିଧାନିକ ଅଧିକାର ଓ ମର୍ଯ୍ୟାଦା ଫେରିପାଇବା ପାଇଁ ଏହି ଆନ୍ଦୋଳନ କେବଳ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button