ଦେଶ ବିଦେଶ

Jammu Kashmir: ଜମ୍ମୁ-କାଶ୍ମୀରରେ ୩୧ଟି ପଥର କ୍ରସର ନେତା ଓ ବାବୁଙ୍କ ମାଲିକାନାରେ ରହିଛି : ଖଣିମନ୍ତ୍ରୀ

ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଅତି କମ୍‌ରେ ୩୧ଟି ପଥର କ୍ରସର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରାଜନେତା ଓ ସରକାରୀ ଅଧିକାରୀମାନଙ୍କ ମାଲିକାନାରେ ଥିବା କଥା ମଙ୍ଗଳବାର କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାରେ ଦାଖଲ ହୋଇଥିବା ଏକ ରିପୋର୍ଟରେ...

ଶ୍ରୀନଗର: ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଅତି କମ୍‌ରେ ୩୧ଟି ପଥର କ୍ରସର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରାଜନେତା ଓ ସରକାରୀ ଅଧିକାରୀମାନଙ୍କ ମାଲିକାନାରେ ଥିବା କଥା ମଙ୍ଗଳବାର କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାରେ ଦାଖଲ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ବିଜେପି ବିଧାୟକ ଡ. ନରିନ୍ଦର ସିଂହ ରାଇନାଙ୍କ ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ତଥା ଖଣି ମନ୍ତ୍ରୀ ସୁରିନ୍ଦର ସିଂହ ଚୌଧୁରୀ ଏହି ରିପୋର୍ଟ ଦାଖଲ କରିଛନ୍ତି।

ଚୌଧୁରୀ ଲିଖିତ ଉତ୍ତର ଅନୁଯାୟୀ, ୩୧ଟି ପଥର କ୍ରସର ମଧ୍ୟରୁ ଜମ୍ମୁ ଜିଲ୍ଲାରେ ଆଠଟି, କଠୁଆରେ ଛଅଟି, ଉଧମପୁରରେ ଚାରିଟି, ପୁଞ୍ଚରେ ଚାରିଟି, ରିୟାସିରେ ୩ଟି ଏବଂ ସାମ୍ବା, ରାଜୌରୀ, କିସ୍ତୱାଡ଼, ରାମବନ, ଗାନ୍ଦେରବାଲ ଓ କୁପଵାଡ଼ାରେ ଗୋଟିଏ ଲେଖାଏଁ ରହିଛି। ୩୧ଟି ପଥର କ୍ରସର୍ ମଧ୍ୟରୁ ୨୯ଟି ଜମ୍ମୁ ଅଞ୍ଚଳରେ ଥିବାବେଳେ କେବଳ ଦୁଇଟି ଉପତ୍ୟକାରେ ଅଛି।

ଉପମୁଖ୍ୟମନ୍ତ୍ରୀ ବିଧାନସଭାକୁ ସୂଚନା ଦେଇଥିଲେ ଯେ, ଜମ୍ମୁ କାଶ୍ମୀରର ରାମବନ, ରିୟାସି, କିସ୍ତୱାଡ଼, ରାଜୌରୀ, ପୁଞ୍ଚ, ଉଧମପୁର, ପୁଲୱାମା ଓ କୁପୱାଡ଼ା ଜିଲ୍ଲାର ୪୮ଟି କ୍ରସର ୟୁନିଟ୍‌କୁ ବନ୍ଦ କରି ସିଲ୍ କରାଯାଇଛି। ଅନେକ ଅଞ୍ଚଳର ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଆବାସିକ ଅଞ୍ଚଳରେ ଥିବା ପଥର କ୍ରସରଗୁଡ଼ିକ ବ୍ୟାପକ ପ୍ରଦୂଷଣ ଓ ଜନସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏଗୁଡ଼ିକୁ ବନ୍ଦ କରାଯିବା ଉଚିତ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button