ଦେଶ ବିଦେଶ

JNU Harassment: ଜେଏନ୍‌ୟୁ ‌ଯୌନ ନିର୍ଯାତନା ମାମଲା: କଂଗ୍ରେସ ସାଂସଦ ଆକୋଇଜାମଙ୍କୁ ସମନ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ବହିଷ୍କୃତ ପ୍ରଫେସର ତଥା କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଇଜାମଙ୍କୁ ଗୁରୁବାର ପଚରାଉଚରା ପାଇଁ ଦିଲ୍ଲୀ ପୁଲିସ ସମନ ଜାରି କରି ନୋଟିସ କରିଛି।

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ବହିଷ୍କୃତ ପ୍ରଫେସର ତଥା କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଇଜାମଙ୍କୁ ଗୁରୁବାର ପଚରାଉଚରା ପାଇଁ ଦିଲ୍ଲୀ ପୁଲିସ ସମନ ଜାରି କରି ନୋଟିସ କରିଛି।

ଜେଏନ୍‌ୟୁର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଅକ୍ଟୋବର ୧୧ତାରିଖରେ ବସନ୍ତ କୁଞ୍ଜ ଉତ୍ତର ପୁଲିସ ଷ୍ଟେସନରେ ଏକ ଏତଲା ରୁଜୁ କରାଯାଇଥିଲା। ଆକୋଇଜାମଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।

ବିଜେପି କଂଗ୍ରେସକୁ ତୀବ୍ର ଆକ୍ରମଣ

ରିପୋର୍ଟ ଅନୁଯାୟୀ, ମେ ମାସରେ ଆକୋଇଜାମଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ‌ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ବିଶ୍ବବିଦ୍ୟାଳୟ ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ ପରେ ଆକୋଇଜାମଙ୍କୁ ବହିଷ୍କାର କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ବିଜେପି କଂଗ୍ରେସକୁ ତୀବ୍ର ଆକ୍ରମଣ କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button