ଦେଶ ବିଦେଶ

JPSC exam: ସୁପ୍ରିମ‌କୋର୍ଟରେ ପହଞ୍ଚିଲା ଜେପିଏସ୍‌ସି ପରୀକ୍ଷା ଗଡ଼ବଡ଼ି ମାମଲା

ଝାଡ଼ଖଣ୍ଡକମ୍ବାଇନ୍ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୫ ରେ ହୋଇଥିବା ଅନିୟମିତତାର ଏକ ନିରପେକ୍ଷ, ସମୟ-ସୀମାବଦ୍ଧ ସିବିଆଇ ତଦନ୍ତ ଦାବି କରୁଥିବା ଏକ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର, ଝାଡ଼ଖଣ୍ଡ ସରକାର ଓ ଝାଡ଼ଖଣ୍ଡ ଲୋକସେବା ଆୟୋଗକୁ ନୋଟିସ୍ ଜାରି କରିଛନ୍ତି।

ନୂଆଦିଲ୍ଲୀ:ଝାଡ଼ଖଣ୍ଡକମ୍ବାଇନ୍ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୫ ରେ ହୋଇଥିବା ଅନିୟମିତତାର ଏକ ନିରପେକ୍ଷ, ସମୟ-ସୀମାବଦ୍ଧ ସିବିଆଇ ତଦନ୍ତ ଦାବି କରୁଥିବା ଏକ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର, ଝାଡ଼ଖଣ୍ଡ ସରକାର ଓ ଝାଡ଼ଖଣ୍ଡ ଲୋକସେବା ଆୟୋଗକୁ ନୋଟିସ୍ ଜାରି କରିଛନ୍ତି। ଏହି ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଆବେଦନକାରୀ ହରିଶରଣ ଦେବଗନଙ୍କ ଦ୍ୱାରା ଦାୟର କରାଯାଇଛି। ଆବେଦନରେ ୧୪ତମ ଜେପିଏସ୍‌ସି ପ୍ରିଲିମିନାରୀ ପରୀକ୍ଷା ସହିତ ଜଡିତ ମାମଲାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିିବିଆଇ) ତଦନ୍ତ ଦାବି କରାଯାଇଛି।

ପୂର୍ବତନ ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି

ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି ମୋହନାଙ୍କୁ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ରାଜ୍ୟ ସରକାର, ଜେପିଏସସି ଓ ଅନ୍ୟାନ୍ୟ ପ୍ରତିପକ୍ଷଙ୍କଠାରୁ ଜବାବ ମାଗିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମନନ କୁମାର ମିଶ୍ର କହିଛନ୍ତି ଯେ, ଆବେଦନରେ ସିବିଆଇ ତଦନ୍ତ କିମ୍ବା ପୂର୍ବତନ ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି କରାଯାଇଛି। ଓକିଲ ସତ୍ୟମ ସିଂହ ରାଜପୁତଙ୍କ ମାଧ୍ୟମରେ ହରିଶରଣ ଦେବଗନ ଏହି ଆବେଦନ ଦାଖଲ କରିଥିଲେ। ଏହା ଜେପିଏସ୍‌ସି ବିଜ୍ଞାପନ ନମ୍ବର ୧/୨୦୨୬ ଅନୁଯାୟୀ, ଏପ୍ରିଲ ୧୯, ୨୦୨୬ ଏପ୍ରିଲରେ ଅନୁଷ୍ଠିତ ପ୍ରାରମ୍ଭିକ ପରୀକ୍ଷାର କାର୍ଯ୍ୟକାରିତା ଓ ବିଶ୍ୱସନୀୟତା ଉପରେ ଚିନ୍ତା ପ୍ରକାଶ କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button