ଦେଶ ବିଦେଶ

Judgement: ସିବିଏସ୍‌ଇର ଅନ୍‌ସ୍କ୍ରିନ୍‌ ମାର୍କିଂରେ ସ୍ଥାୟୀ ସମାଧାନ ଚାହିଁଲେ ସୁପ୍ରିମ୍‌କୋର୍ଟ

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଅନ୍‌ସ୍କ୍ରିନ୍‌ ମାର୍କିଂ ବ୍ୟବସ୍ଥାରେ ଦେଖାଦେଇଥିବା ପ୍ରଯୁକ୍ତିଗତ ତ୍ରୁଟିର ସ୍ଥାୟୀ ସମାଧାନ କରିବାକୁ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡଙ୍କୁ କହିଛନ୍ତି ସୁପ୍ରିମ୍‌କୋର୍ଟ।

ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଅନ୍‌ସ୍କ୍ରିନ୍‌ ମାର୍କିଂ (ଓଏସ୍‌ଏମ୍‌) ବ୍ୟବସ୍ଥାରେ ଦେଖାଦେଇଥିବା ପ୍ରଯୁକ୍ତିଗତ ତ୍ରୁଟିର ସ୍ଥାୟୀ ସମାଧାନ କରିବାକୁ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ଙ୍କୁ କହିଛନ୍ତି ସୁପ୍ରିମ୍‌କୋର୍ଟ। ଶୁକ୍ରବାର ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୫ ଅଗଷ୍ଟରେ ହେବ।

ସରକାରଙ୍କ ଅନୁସାରେ, ମୂଲ୍ୟାୟନକୁ ନେଇ ଅଭିଯୋଗ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସପ୍ତାହର ପୁନଃମୂଲ୍ୟାୟନ ସୁଯୋଗ ଦିଆଯାଇଥିଲା ଏବଂ ପ୍ରାୟ ୧.୬୮ ଲକ୍ଷ ଛାତ୍ରଛାତ୍ରୀ ଏଥିରୁ ଲାଭ ପାଇଛନ୍ତି। କିନ୍ତୁ ଆବେଦନକାରୀଙ୍କ ପକ୍ଷର ଓକିଲ ରାକେଶ ବିଞ୍ଜୋଲା କହିଥିଲେ, ଏହି ସଂଖ୍ୟା ପର୍ଯ୍ୟାପ୍ତ ନୁହେଁ। ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟ ପରୀକ୍ଷା ଦେଇଥିବାରୁ ଏବଂ ଅନେକ ଛାତ୍ରଛାତ୍ରୀ ସମୟସୀମା ବିଷୟରେ ଜାଣି ନ ଥିବାରୁ ପୁନଃମୂଲ୍ୟାୟନ ପାଇଁ ଆଉ ଏକ ସପ୍ତାହ ସୁଯୋଗ ଦେବାକୁ ସେ ଦାବି କରିଥିଲେ। ଯେଉଁ ଛାତ୍ରଛାତ୍ରୀ ଆବଶ୍ୟକ ଦସ୍ତାବିଜ ଦେଇପାରି ନ ଥିଲେ କିମ୍ବା ପ୍ରଯୁକ୍ତିଗତ ସମସ୍ୟା ଯୋଗୁଁ ଆବେଦନ କରିପାରି ନ ଥିଲେ, ସେମାନଙ୍କ ତଥ୍ୟ ଦେବାକୁ ମଧ୍ୟ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଛନ୍ତି। ଏଥି ସହ ଓଏସ୍‌ଏମ୍‌ ସମସ୍ୟାର ସ୍ଥାୟୀ ସମାଧାନ ଦରକାର ବୋଲି କୋର୍ଟ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button