ଖେଳ

Junior Hockey World Cup: ଓଡ଼ିଶା ପହଞ୍ଚିଲା କନିଷ୍ଠ ହକି ବିଶ୍ବକପ୍‌ ଟ୍ରଫି

ତାମିଲନାଡ଼ୁରେ ଚଳିତ ମାସ ୨୮ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ କନିଷ୍ଠ ବିଶ୍ବକପ୍‌ ଟ୍ରଫି ଗୁରୁବାର ଭୁ‌ବନେଶ୍ବରରେ ପହଞ୍ଚିଛି। ଏହାକୁ ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଅନାବରଣ କରିଥିଲେ।

ଭୁବନେଶ୍ବର: ତାମିଲନାଡ଼ୁରେ ଚଳିତ ମାସ ୨୮ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ କନିଷ୍ଠ ବିଶ୍ବକପ୍‌ ଟ୍ରଫି ଗୁରୁବାର ଭୁ‌ବନେଶ୍ବରରେ ପହଞ୍ଚିଛି। ଏହାକୁ ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ନିର୍ଦେଶକ ବିଜୟ ୟେଦୁଲା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ଅଲିମ୍ପିଆନ୍‌ ରବି କୁମାର, ସୁନୀତା ଲାକ୍ରା, ଲିଲିମା ମିଞ୍ଜ, ଅନୁରାଧା ବିଶ୍ବାଳ, ରୋଶନ ମିଞ୍ଜ୍‌ ଭାରତୀୟ ଫୁଟ୍‌ବଲ୍‌ର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ସହ ଓଡ଼ିଶା ହକି ସଂଘ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

‘ବିଗ୍‌ ଇଜ୍‌ ବ୍ୟାକ୍‌’ ଉନ୍ମୋଚିତ

ନୂଆଦିଲ୍ଲୀ: ଆଗାମୀ ହକି ଇଣ୍ଡିଆ ଲିଗ୍‌ (ହିଲ୍‌) ଲାଗି ହକି ଇଣ୍ଡିଆ ଗୁରୁବାର ଅଫିସିଆଲ୍‌ ପ୍ରମୋ ‘ବିଗ୍‌ ଇଜ୍‌ ବ୍ୟାକ୍‌’ ଉନ୍ମୋଚନ କରିଛି। ଏହି ପ୍ରମୋ ଲିଗ୍‌ର ମହତ୍ବାକାଂକ୍ଷା, ସୃଜନଶୀଳତା ସହ ପ୍ରଶଂସକଙ୍କୁ ‘ହିଲ୍‌’ ସହ ଯୋଡ଼ି ଲୋକପ୍ରିୟତା ଓ ଶକ୍ତି ବଢ଼ାଇବାର ଆଶା ରଖିଛି। ୨୦୨୪ରେ ପ୍ରତ୍ୟାବର୍ତ୍ତନ କରିଥିବା ‘ହିଲ୍‌’ ପ୍ରସାର ଭାରତୀ ଓ ସୋନି ସ୍ପୋର୍ଟ୍ସ ନେଟ୍‌ୱାର୍କ ସହଯୋଗରେ ଏହାର ଦର୍ଶକ ସଂଖ୍ୟା ୪.୦୮ କୋଟିରେ ପହଞ୍ଚାଇଥିଲା। ଯାହା ୨୦୧୭ ସଂସ୍କରଣଠାରୁ ୪୮ ପ୍ରତିଶତ ଅଧିକ। ପୁରୁଷ ଫାଇନାଲ୍‌‌କୁ ୩.୦୭ ମିଲିୟନ୍‌ ଦେଖିଥିଲା ବେଳେ ମହିଳା ମ୍ୟାଚ୍‌ ଦେଖିଥିଲେ ୨.୯୨ ମିଲିୟନ୍‌। ସାରା ବିଶ୍ବରେ ୧୮ ହକି ଖେଳୁଥିବା ଦେଶର ୫ ମିଲିୟନ୍‌ ଦର୍ଶକ ଟିଭି ଓ ଓଟିଟି ପ୍ଲାଟ୍‌ଫର୍ମରେ ‘ହିଲ୍‌’ ଦେଖିଥିଲେ। ସାମାଜିକ ଗଣମାଧ୍ୟମରେ ଏହାକୁ ୧୦୦ କୋଟି ଦର୍ଶକ ଦେଖିଥିଲେ। ‘ହିଲ୍‌’କୁ ଆହୁରି ଅବିଶ୍ବସନୀୟ କରିବା ଉଦ୍ଦେଶ୍ୟ ନେଇ ନୂଆ ଋତୁ ପାଇଁ ୩୬୦ ଡିଗ୍ରି ବାଣିଜ୍ୟିକ ରଣନୀତି ଆପଣାଇଛି ହକି ଇଣ୍ଡିଆ। ପ୍ରତି ଫ୍ରାଞ୍ଚାଇଜ୍‌ ସହରରେ ଆନିମେଟେଡ୍‌ ଫଟୋ ଲାଗିବା ସହ ରେଡିଓ, ଟିଭି ଓ ଓଟିଟି ପ୍ଲାଟ୍‌ଫର୍ମ୍ସରେ ବହୁଳ ପ୍ରଚାର କରାଯିବାର ଲକ୍ଷ୍ୟ ରଖାଯାଇଛି। ସାମାଜିକ ଗଣମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି ବୋଲି ହକି ଇଣ୍ଡିଆ ଲିଗ୍‌ର ପରିଚାଳନା କମିଟି ଅଧ୍ୟକ୍ଷ ଦିଲୀପ ତିର୍କି କହିଛନ୍ତି। ‘ହିଲ୍‌’ର ମହିଳା ମ୍ୟାଚ୍‌ ରାଞ୍ଚିରେ ଚଳିତ ବର୍ଷ ଡିସେମ୍ବର ୨୮ରୁ ୨୦୨୬ ଜାନୁଆରି ୧୦ ପର୍ଯ୍ୟନ୍ତ ଖେଳାଯିବ। ସେହିପରି ପୁରୁଷ ଲିଗ୍‌ ଜାନୁଆରି ୩ରୁ ୨୬ ପର୍ଯ୍ୟନ୍ତ ୩ ସହର ଚେନ୍ନାଇ, ରାଞ୍ଚି ଓ ଭୁବନେଶ୍ବରରେ ଅନୁଷ୍ଠିତ ହେବ।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button