ଦେଶ ବିଦେଶ

Khomeini’s strict orders: ଆନ୍ଦୋଳନ ଦମନ ପାଇଁ ଖୋମେନିଙ୍କ କଡ଼ା ନିର୍ଦ୍ଦେଶ: ଦେଖିବା ମାତ୍ରେ ଗୁଳିକର, ଇଣ୍ଟରନେଟ୍‌ କଟକଣା କାଏମ

ଇରାନରେ ସରକାର ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ନେଇଥିବା ବେଳେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖୋମେନି ଆନ୍ଦୋଳନକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେବାପରେ ସ୍ଥିତି ଭୟାନକ ରୂପ ନେଇଛି। ସୁପ୍ରିମ୍‌ ନ୍ୟାସନାଲ୍‌ ସିକ୍ୟୁରିଟି କାଉନସିଲ୍‌ ଏବଂ ରାଷ୍ଟ୍ରପତି....

ତେହେରାନ: ଇରାନରେ ସରକାର ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ନେଇଥିବା ବେଳେ  ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖୋମେନି ଆନ୍ଦୋଳନକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେବାପରେ ସ୍ଥିତି ଭୟାନକ ରୂପ ନେଇଛି। ସୁପ୍ରିମ୍‌ ନ୍ୟାସନାଲ୍‌ ସିକ୍ୟୁରିଟି କାଉନସିଲ୍‌ ଏବଂ ରାଷ୍ଟ୍ରପତି ଅଫିସ୍‌ର ସୂଚନାକୁ ଦର୍ଶାଇ ଇରାନ ଇଣ୍ଟରନ୍ୟାସନାଲ୍‌ ରିପୋର୍ଟ କରିଛି ଯେ ଖୋମେନିଙ୍କ ସିଧାସଳଖ ନିର୍ଦ୍ଦେଶରେ ବି‌କ୍ଷୋଭକାରୀଙ୍କୁ ଗୁଳି କରାଯାଉଛି। ସରକାରଙ୍କ ୩ ଶାଖାର ମୁଖ୍ୟଙ୍କର ସ୍ବୀକୃତି କ୍ରମେ ଖୋମେନିଙ୍କ ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଆଜି ମଧ୍ୟ ଶତାଧିକ ସହରରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ବେଳେ ଗୁଳିମାଡ଼ରେ ଶତାଧିକ ଲୋକ ମୃତାହତ ହୋଇଥିବା ଜଣାପଡ଼ିଛି। ତେବେ ସରକାରୀ କଟକଣା ଯୋଗୁଁ ଏ ସଂକ୍ରାନ୍ତ ବିସ୍ତୃତ ଖବର ସାର୍ବଜନୀନ ହେଉନାହିଁ।
ବିକ୍ଷୋଭକାରୀଙ୍କୁ ଦେଖିବାମାତ୍ରେ ଗୁଳି କରିବାପାଇଁ ସୁପ୍ରିମ୍‌ ନ୍ୟାସନାଲ୍‌ ସିକ୍ୟୁରିଟି କାଉନସିଲ୍‌ ଔପଚାରିକ ଭାବେ   ନିର୍ଦ୍ଦେଶ ଜାରି କରିଥିବା ଇରାନ୍‌ ଇଣ୍ଟରନ୍ୟାସନାଲ୍‌ ରିପୋର୍ଟରେ ଦର୍ଶାଇଛି। ଅନ୍ୟପକ୍ଷ‌େର ଇରାନ ଆଜି ଏହାର ନାଗରିକଙ୍କ ଉପରେ କିଛି କଟକଣା କୋହଳ କରିଛି।  ଆନ୍ଦୋଳନ ହେବା ପରଠାରୁ ପ୍ରଥମ ଥର ପାଇଁ ଇରାନ ଏହାର ନାଗରିକଙ୍କୁ ମଙ୍ଗଳବାର ମୋବାଇଲ୍‌ ଫୋନ୍‌ ଦ୍ବାରା ବିଦେଶକୁ ଫୋନ୍‌ କଲ୍‌ କରିବାପାଇଁ ଅନୁମତି ଦେଇଛି। ଇଣ୍ଟରନେଟ୍‌ ଉପରୁ କୌଣସି କଟକଣା ହଟିନଥିବା ବେଳେ  ପ୍ରଥମ ଥର ପାଇଁ କେତେକ ବରିଷ୍ଠ ସରକାରୀ ଅଧିକାରୀ ୨ହଜାରରୁ ଅଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବା ସ୍ବୀକାର କରିଛନ୍ତି। ଏହି ବୟାନ ଦେଶରେ ଚାଲିଥିବା ବିକ୍ଷୋଭର ଉଗ୍ର ରୂପ ଓ ସରକାରୀ ଦମନର ତୀବ୍ରତାକୁ ପ୍ରକାଶ କରୁଛି। ଉ‌ଲ୍ଲେଖଯୋଗ୍ୟ,  ଇରାନରେ ଭୁଶୁଡ଼ି ଯାଇଥିବା ଅର୍ଥନୈତିକ ସ୍ଥିତିକୁ ନେଇ ଲଗାତାର ତୃତୀୟ ସପ୍ତାହ ଧରି ସରକାର ବିରୋଧୀ ଆନ୍ଦୋଳନ ଏବଂ ହିଂସା ଚାଲିିଛି । ଏହି ହିଂସା ଏବେ ୩୧ଟି ପ୍ରଦେଶକୁ ବ୍ୟାପିଛି ଏବଂ ପ୍ରାୟ ୫ ହଜାର ଲୋକଙ୍କୁ ଅଟକ ରଖାଯାଇଛି।  ଆନ୍ଦୋଳନ ଦମନ ପାଇଁ ଶତାଧିକ ସ୍ଥାନରେ ସୁରକ୍ଷା ବାହିନୀ ଚଢ଼ଉ ଜାରି ରଖିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button