Kiara: ମାତୃତ୍ବ ପ‌ରେ ଫେରିଲେ କିଆରା

ମାତୃତ୍ବ ଲାଭ କରିବା ପରେ ପ୍ରଥମ ଥର ପାଇଁ ରେଡ୍ କାର୍ପେଟ୍‌ରେ ନଜର ଆସିଛନ୍ତି ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ୍‌ଭାନୀ। ମାତୃତ୍ୱର ନୂତନ ଅନୁଭବକୁ ଉପଭୋଗ କରିବା ପରେ ସେ ଗ୍ଲାମରସ୍ ଅନ୍ଦାଜରେ ଆସି ସଭିଁଙ୍କୁ ଚକିତ କରିଦେଇଛନ୍ତି। ମୁମ୍ବାଇର ଏକ ଆୱାର୍ଡ ଉତ୍ସବରେ କିଆରା ଏକ ଷ୍ଟାଇଲିସ୍‌ ଗାଉନ୍‌ ପରିଧାନ କରିବା ସହ ଅଳ୍ପ ଅଳଙ୍କାରରେ ବେଶ୍‌ ଆକର୍ଷଣୀୟ ଦିଶିଥିଲେ। ଲାଇଟ୍‌ ମେକ୍‌-ଅପ୍‌ ସହ ମୁହଁରେ ଥିବା ସ୍ମିତ ହସ କିଆରାଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥିଲା। ଏହି ସମୟର ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ସୌଜନ୍ୟ ସମ୍ବାଦ