Breakingଦେଶ ବିଦେଶ

ବାସି ଖାଦ୍ୟ ଖାଇ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ: ନିଜ ଆଡୁ ମାମଲା ରୁଜୁ କଲେ NHRC

ଭୁବନେଶ୍ବର: ଗତ ୧୪  ତାରିଖରେ ମୟୂରଭଞ୍ଜ ଜିଲ୍ଲାର କାକାବନ୍ଧ ଆଶ୍ରମ ସ୍କୁଲର ହଷ୍ଟେଲରେ ବାସି ଖାଦ୍ୟ ଖାଇ ଜଣେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ଶତାଧିକ ପିଲା ଅସୁସ୍ଥ ହେବା ସଂପର୍କିତ ଗଣମାଧ୍ୟମ ଖବର ଉପରେ ନିଜଆଡୁ ମାମଲା ରୁଜ୍ଜୁ କରିଛନ୍ତି ଜାତୀୟ ମାନବାଧିକାର ଆଯୋଗ(ଏନଏଚଆରସି)।

୧୫ ଏପ୍ରିଲ୍ ୨୦୨୬ରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ୬୭ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବା ପରେ ସେମାନଙ୍କୁ ବାରିପଦା ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ୪୧ ଜଣ ପିଲାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୌଜନ୍ୟ ସମ୍ବାଦ

Show More
Back to top button