ରାଜ୍ୟ

Lakhmananda Saraswati: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମଶତବାର୍ଷିକୀ ମହୋତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

ଅନୁଗୋଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗଠାରେ ଆସନ୍ତାକାଲି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମଶତବାର୍ଷିକୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ବାଚସ୍ପତି ସୁରମା ପାଢ଼ୀ ଓ ମନ୍ତ୍ରୀମଣ୍ଡଳର ବିଭିନ୍ନ ମନ୍ତ୍ରୀଙ୍କ ସହ ବିଧାୟକ ଓ ସାଂସଦମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ଅନୁଗୋଳ : ଅନୁଗୋଳଜିଲ୍ଲା ତାଳଚେର ଗୁରୁଜାଙ୍ଗଠାରେ ଆସନ୍ତାକାଲି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମଶତବାର୍ଷିକୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ବାଚସ୍ପତି ସୁରମା ପାଢ଼ୀ ଓ ମନ୍ତ୍ରୀମଣ୍ଡଳର ବିଭିନ୍ନ ମନ୍ତ୍ରୀଙ୍କ ସହ  ବିଧାୟକ ଓ ସାଂସଦମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ଆଜି ପୁଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ନିଜେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଗୁରୁଜାଙ୍ଗଠାରେ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ହେଲିକ‌ପ୍ଟର ଯୋଗେ ଆସି ଗୁରୁଜାଙ୍ଗଠାରେ ଥିବା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶତବାର୍ଷିକ ମହୋତ୍ସବର ଉଦ୍‌ଘାଟନ କରିବା ସହିତ ସେଠାରେ ଥିବା ସଭାରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଅନେକ ସାଧୁସନ୍ଥଙ୍କ ସହିତ ୨୦ ହଜାରରୁ ଅଧିକ ଜନସମାଗମ ହେବ ବୋଲି ଆଶା ପ୍ରକଟ କରାଯାଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button