ବିଶେଷ

Life mantra: ଜୀବନ-ମନ୍ତ୍ର: ଏକାଦଶୀର ନାଆଁ ବିଜୟା

ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀର ନାଆଁ ‘ବିଜୟା’ ଏକାଦଶୀ। ‘ପଦ୍ମପୁରାଣ’ ଅନୁସାରେ, ନାରଦଙ୍କ ପ୍ରଶ୍ନରେ ବ୍ରହ୍ମା ତାଙ୍କୁ ଏହି ଏକାଦଶୀ ସଂପର୍କରେ କହିଥିଲେ। ତାହା ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି।

ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀର ନାଆଁ ‘ବିଜୟା’ ଏକାଦଶୀ। ‘ପଦ୍ମପୁରାଣ’ ଅନୁସାରେ, ନାରଦଙ୍କ ପ୍ରଶ୍ନରେ ବ୍ରହ୍ମା ତାଙ୍କୁ ଏହି ଏକାଦଶୀ ସଂପର୍କରେ କହିଥିଲେ। ତାହା ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି। ବ୍ରହ୍ମାଙ୍କ ଅନୁସାରେ, ଏହି ଏକାଦଶୀ ପାପନାଶିନୀ। ଏହି ବ୍ରତ ପାଳନ କଲେ ରାଜା ବିଜୟୀ ହୁଅନ୍ତି। ଚଉଦବର୍ଷର ବନବାସ କାଳରେ, ରାବଣ ସୀତାଙ୍କୁ ଅପହରଣ କରି ନେଇଥିଲା। ଯେତେବେଳେ ଲଙ୍କାପୁରୀରେ ସୀତା ଥିବାର ସନ୍ଧାନ ମିଳିଲା, ସେତେବେଳେ ରାମ କହି‌େଲ- ସମୁଦ୍ର ଅଗାଧ ଓ ନାନା ଜଳଜନ୍ତୁରେ ଭରା। ତାହା ଲଙ୍ଘନ କରିବାର କୌଣସି ଉପାୟ ଦେଖାଯାଉ ନାହିଁ। ସେତେବେଳେ ଲକ୍ଷ୍ମଣ ତାଙ୍କୁ କହିଥି‌େଲ–ଆପଣ ପୁରାଣ-ପୁରୁଷୋତ୍ତମ। ସବୁ ଆପଣଙ୍କୁ ଅବଗତ। ଏହି ଅରଣ୍ୟରେ ବକଦାଲଭ୍ୟ ମୁନିଙ୍କର ଆଶ୍ରମ ଅଛି। ଆପଣ ତାଙ୍କୁ ପଚାରିଲେ, ସେ ଏହାର ଉପାୟ କହି ଦେଇପାରି‌େବ।

Show More

Leave a Reply

Your email address will not be published. Required fields are marked *

Back to top button