ଜୀବନଚର୍ଯ୍ୟା

Lifestyle; ନାଇଟ୍ ସିଫ୍ଟରେ କାମ କରୁଥିଲେ ସାବଧାନ ! ହୋଇପାରେ ଏହି ସବୁ ରୋଗ

ରାତିରେ କାମ କରିବା ଦ୍ବାରା ନିଦ୍ରାଚକ୍ର ଠିକ୍ ରହେ ନାହିଁ ଏବଂ ଶରୀରକୁ ପର୍ଯ୍ୟାପ୍ତ ବିଶ୍ରାମ ମିଳି ନ ଥାଏ। ଏହାର ପ୍ରଭାବ ମସ୍ତିଷ୍କ, ହରମୋନ୍, ହୃଦୟ ଏବଂ ପାଚନକ୍ରିୟା ଉପରେ ପଡ଼ିପାରେ ।

ନୂଆଦିଲ୍ଲୀ ୧୪।୦୩; ଆଇଟି ସେକ୍ଟର, ହେଇଥି କେୟାର, ମିଡିଆ, କଲ୍ ସେଣ୍ଟରେ ଏବଂ ଅନ୍ୟ କିଛି କ୍ଷେତ୍ରରେ ଲକ୍ଷାଧିକ ଲୋକ ରାତିରେ କାମ କରନ୍ତି । ତା’ସହ ଦିନରେ ସେମାନେ ବିଶ୍ରାମ ନେବାକୁ ଯଥାସମ୍ଭଳ ଚେଷ୍ଟା କରନ୍ତି I ତେବେ ରାତିରେ କାମ କରିବା ଦ୍ବାରା ନିଦ୍ରାଚକ୍ର ଠିକ୍ ରହେ ନାହିଁ ଏବଂ ଶରୀରକୁ ପର୍ଯ୍ୟାପ୍ତ ବିଶ୍ରାମ ମିଳି ନ ଥାଏ। ଏହାର ପ୍ରଭାବ ମସ୍ତିଷ୍କ, ହରମୋନ୍, ହୃଦୟ ଏବଂ ପାଚନକ୍ରିୟା ଉପରେ ପଡ଼ିପାରେ I ସେହିପରି ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କ ଠାରେ ଅକ୍କାପଣ, ଅବସାଦ, ମେଦବହୁଳତା, ହୃଦ୍ ସମ୍ବନ୍ଧିତ ରୋଗ ଦେଖାଦେଵାର ଆଶଙ୍କା ବଢ଼ିଯାଏ। ତେଣୁ ଏଭଳି ଲୋକ ନିଜ ସ୍ବାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ସହିତ ଜୀବନଶୈଳୀରେ ସନ୍ତୁଳନ ରକ୍ଷା କରିବା ଉଚିତ।

ମଣିଷ ଶରୀର ଦିନରେ କାମ କରିବା ଏବଂ ରାତିରେ ବିଶ୍ରାମ ନେବା ପାଇଁ ଉଦ୍ଦିଷ୍ଟ । ଏଭଳି କ୍ଷେତ୍ରରେ ଯେତେବେଳେ ଏହି ସନ୍ତୁଳନ ବିଗିଡିଯାଏ ଏହାର ପ୍ରଭାବ ଧୀରେ ଧୀରେ ସ୍ଵାସ୍ଥ୍ୟ ଉପରେ ଦେଖିବାକୁ ମିଳେ । ଅନେକ ଗବେଷଣାରେ ଏକଥା ସାମ୍ନାକୁ ଆସିଛି ଯେ, ଲଗାତାର ନାଇଟ୍ ସିଫ୍ଟ କରିବା ଦ୍ବାରା ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ସେହିପରି ବାରମ୍ବାର ଥକ୍କା ଲାଗୁଥିବା ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକେ କହିଥାନ୍ତି । ରାତି ତମାମ କାମ କରିବା ପରେ ଦିନରେ ଶୋଇବାକୁ ଚେଷ୍ଟା କରିବା ଦ୍ୱାରା ଭଲରେ ନିଦ ହୋଇ ନଥାଏ । ଏଭଳି ସ୍ଥିତିରେ ଲୋକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଥକ୍କା ଲାଗେ । ନିଦ ପୂରା ନହେବାର ପ୍ରଭାବ ପ୍ରଥମେ ମସ୍ତିଷ୍କ ଉପରେ ପଡ଼ିଥାଏ I ଏଭଳି ଲୋକଙ୍କ ଠାରେ ସାଧାରଣତଃ ଚିକ୍ଚିଡାପଣ ଦେଖା ଦେବା ସହ ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ୟା ହୋଇ ଥାଏ। ଏହାବାଦ୍ ଏହାର ପ୍ରଭାବ ଶରୀରର ମେଟାବଲିଜିମ୍ ଉପରେ ବି ପଡ଼ିଥାଏ । ରାତିରେ କାମ କରିବା ବେଳେ ଲୋକେ ମୁଖ୍ୟତଃ ଅସ୍ବାସ୍ଥ୍ୟକର ସ୍ନାକ୍ସ ଏବଂ ଅଧିକ କେଫିନ୍ର ସେବନ କରନ୍ତି ।

ଏହାଦ୍ୱାରା ଓଜନ ବୃଦ୍ଧି ଏବଂ ମୋଟାପଣ ସମସ୍ୟା ଦେଖା ଦେବା ଆଶଙ୍କା ଥାଏ। ଏହି ମୋଟାପଣ ଭବିଷ୍ୟତରେ ମଧୁମେହ ଏବଂ ହାର୍ଟ ସହିତ ଜଡ଼ିତ ରୋଗର ବିପଦ ବୃଦ୍ଧି କରିପାରେ । କେବଳ ସେତିକି ନୁହେଁ, ନାଇଟ୍ ସିଫ୍ଟର ପ୍ରଭାବ ପାଚନତନ୍ତ୍ର ଉପରେ ବି ଦେଖିବାକୁ ମିଳିଛି । ବିଳମ୍ବିତ ରାତ୍ରି ଏବଂ ଅନିୟମିତ ସମୟରେ ଭୋଜନ କରିବା ଦ୍ବାରା ଏସିଡିଟି, ଗ୍ୟାସ୍ ଏବଂ ପେଟ ସହ ଜଡ଼ିତ ଅନେକ ସମସ୍ୟା ସୃଷ୍ଟି ହୋଇପାରେ। ଅନ୍ୟପଟେ ପର୍ଯ୍ୟାପ୍ତ ନିଦ୍ରାଭାବ ଯୋଗୁଁ ରୋଗ ସହିତ ଲଢ଼ିବାର କ୍ଷମତା ବି ହ୍ରାସ ପାଏ I ଏଭଳି ଲୋକେ ଶୀଘ୍ର କ ଶୀଘ୍ର ରୋଗାକ୍ରାନ୍ତ ହେବା ସହ ସେମାନଙ୍କର ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button