ଭାଷା ଓ ସାହିତ୍ୟ

Literature: କବିତା ‘କାହାକୁ ବିଶ୍ବାସ କରିବ’ ସଂଗ୍ରାମ ଜେନାଙ୍କ ଜେନାଙ୍କ କଲମରୁ ନିସୃତ…

କବିତାରେ କବି ଜୀବନର ସମସ୍ତ ଆଶ୍ରୟ ଓ ବିଶ୍ୱାସକୁ ପ୍ରଶ୍ନ କରିଛନ୍ତି। କବି କହିଛନ୍ତି, ଧର୍ମ, ସମ୍ପର୍କ ଓ ଆଦର୍ଶ ସବୁ ମୁଖା ପରି, ଯାହା ଦିନେ ନା ଦିନେ ଖସିପଡ଼ିବ। ବିଶ୍ୱାସ ହେଉଛି ହୃଦୟ, ଯାହା ସବୁକିଛି ଦେଖି ଓ ଶୁଣି ଶେଷରେ ନିଜ ଭିତରକୁ ଫେରିପାରେ। ଏହା ହିଁ ସତ୍ୟ।

କାହାକୁ ବିଶ୍ବାସ କରିବ

ସଂଗ୍ରାମ ଜେନା

ଥରେ ଭାବ
କାହାକୁ ବିଶ୍ବାସ କରିବ
ଅସ୍ଥିର ନଈ
ନା ସ୍ଥିର ପାହାଡ଼
ଚାଲିଯାଇଥିବା ବାଟୋଇ
ନା ରହିଯାଇଥିବା ବରଗଛ
ଛୁଆଁ ମାଟି
ନା ଅଛୁଆଁ ଆକାଶ

ପତ୍ନୀର ଇଚ୍ଛା
ନା ପ୍ରେମିକାର ଈର୍ଷା
ଆସକ୍ତ ମଣିଷ
ନା ଅନାସକ୍ତ ଈଶ୍ବର
ଦେହର ଛାଇ
ନା ଛାଇର ଦେହ
ଧର୍ମ, ଜ୍ଞାନ, ଶାସ୍ତ୍ର
ଗୁରୁ, ସନ୍ଥ, ମନ୍ତ୍ର

ଏସବୁ ଗୋଟିଏ ଗୋଟିଏ ମୁଖା
ଯାହା ଖସିପଡ଼େ ଦର୍ପଣ ସାମ୍ନାରେ
କେବଳ ତୁମେ ବିଶ୍ବାସ କରିପାର
ନିଜ ଅମାନିଆ ମନକୁ
ଯିଏ ଶୁଣୁଥାଏ, ଦେଖୁଥାଏ, ଖୋଜୁଥାଏ
ସାରାକାଳ ଗହଳି ଭିତରେ
ପୁଣି ଫେରିପାରେ ନିଜ ଭିତରକୁ
ନିଜେ ଇଚ୍ଛା କଲେ।

ମୋ: ୯୪୩୭୮୮୬୯୭୦

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button