ଥରେ ଭାବ କାହାକୁ ବିଶ୍ବାସ କରିବ ଅସ୍ଥିର ନଈ ନା ସ୍ଥିର ପାହାଡ଼ ଚାଲିଯାଇଥିବା ବାଟୋଇ ନା ରହିଯାଇଥିବା ବରଗଛ ଛୁଆଁ ମାଟି ନା ଅଛୁଆଁ ଆକାଶ
ପତ୍ନୀର ଇଚ୍ଛା ନା ପ୍ରେମିକାର ଈର୍ଷା ଆସକ୍ତ ମଣିଷ ନା ଅନାସକ୍ତ ଈଶ୍ବର ଦେହର ଛାଇ ନା ଛାଇର ଦେହ ଧର୍ମ, ଜ୍ଞାନ, ଶାସ୍ତ୍ର ଗୁରୁ, ସନ୍ଥ, ମନ୍ତ୍ର
ଏସବୁ ଗୋଟିଏ ଗୋଟିଏ ମୁଖା ଯାହା ଖସିପଡ଼େ ଦର୍ପଣ ସାମ୍ନାରେ କେବଳ ତୁମେ ବିଶ୍ବାସ କରିପାର ନିଜ ଅମାନିଆ ମନକୁ ଯିଏ ଶୁଣୁଥାଏ, ଦେଖୁଥାଏ, ଖୋଜୁଥାଏ ସାରାକାଳ ଗହଳି ଭିତରେ ପୁଣି ଫେରିପାରେ ନିଜ ଭିତରକୁ ନିଜେ ଇଚ୍ଛା କଲେ।
ସୌଜନ୍ୟ ସମ୍ବାଦ