uncategories

Literature: କବିତା ‘ଜାଣିଛି- ଜଣାନାହିଁ’ କବି ଜୟନ୍ତୀ ରଥଙ୍କ କଲମରୁ ନିସୃତ…

ଜାଣିଛି- ଜଣାନାହିଁ

ଜୟନ୍ତୀ ରଥ

ଜାଣିଛି ତମେ ଦିନେ ଆସିବ
ମୋ ଅପେକ୍ଷା‌ର ଅନ୍ତ ହେବ।
କିନ୍ତୁ ସେତେବେଳେ
ମୋ ଭିତରେ ଆଉ ନଥିବ ଭାବ।
ଶୀର୍ଣ୍ଣ ହୋଇଯାଇଥିବ
ଆବେଗ।

ମୁଁ ବର୍ଷ ବର୍ଷ ଧରି
ପତ୍ରମାନଙ୍କୁ ପଚାରିଛି
ସେମାନଙ୍କ ଆୟୁଷ
ବର, ଓସ୍ତ, ନିମ୍ବ
ଗୁଆ, ନଡ଼ିଆ
ଆହୁରି କେତେ ନା କେତେ
ଗଛକୁ ଚାହିଁ
ନିଜ ଆୟୁଷ ଭୁଲିବା ପାଇଁ
ସାଉଁଟିଛି ଝରାଫୁଲର ପାଖୁଡ଼ା

 

ମେଘର, ତୋଫାନର, ସମୁଦ୍ରର
ଗର୍ଜନକୁ ଶୁଣିଚି
କାନପାତି-
ଭୁଲିବାକୁ ଅପେକ୍ଷାର ବ୍ୟଥା

ମୋତେ ଜଣାନାହିଁ
ତମକୁ ସ୍ବାଗତ
କରିବା ପାଇଁ
ଚେନାଏ ହସ
ମୋ ଓଠରେ
ଥିବ କି ନଥିବ।

ମୋ: ୯୮୬୧୧୮୪୫୧୯

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button