ଓଡିଶାମହାନଗର

Literature: ସମାଜ ଗଠନରେ ସାହିତ୍ୟର ଭୂମିକା ଅପରିହାର୍ଯ୍ୟ: ଅଖିଳ କୁମାର ମିଶ୍ର

ଆଜି ଭୁବନେଶ୍ଵର ସ୍ଥିତ ଏନଏବିଏମ ସମ୍ମିଳନୀ କକ୍ଷରେ 'ମାୟା ସାହିତ୍ୟ' ଆନୁକୂଲ୍ୟରେ ଏକ ଭବ୍ୟ ସାହିତ୍ୟିକ ଆସର ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ଏବଂ ଝାଡ଼ଖଣ୍ଡ ପ୍ରାନ୍ତ ଅତିରିକ୍ତ...

ଭୁବନେଶ୍ୱର: ଆଜି ଭୁବନେଶ୍ଵର ସ୍ଥିତ ଏନଏବିଏମ ସମ୍ମିଳନୀ କକ୍ଷରେ ‘ମାୟା ସାହିତ୍ୟ’ ଆନୁକୂଲ୍ୟରେ ଏକ ଭବ୍ୟ ସାହିତ୍ୟିକ ଆସର ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ଏବଂ ଝାଡ଼ଖଣ୍ଡ ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଟ କବି ତଥା ବରିଷ୍ଠ ସାହିତ୍ୟିକ ହର ପ୍ରସାଦ ଦାସ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇଥିଲେ। ଏହା ସହ ରାଜ୍ୟର ବହୁ ମାନ୍ୟଗଣ୍ୟ କବି, ସାହିତ୍ୟିକ ତଥା ବୁଦ୍ଧିଜୀବୀମାନେ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

ଶ୍ରୀ ମିଶ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ ଯେ, ସମାଜ ଗଠନରେ ସାହିତ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାହିତ୍ୟ ମାଧ୍ୟମରେ ହିଁ ଆମର ଭାଷା, ସଂସ୍କୃତି ଓ ଚିନ୍ତାଧାରାର ସଂରକ୍ଷଣ ସମ୍ଭବ ହୋଇଥାଏ, ତେଣୁ ଆଜିର ଯୁବ ପିଢ଼ିଙ୍କୁ ସାହିତ୍ୟ ପ୍ରତି ଅଧିକ ଆକୃଷ୍ଟ କରିବା ଆବଶ୍ୟକ।

ବିଶିଷ୍ଟ ସାହିତ୍ୟିକ ହର ପ୍ରସାଦ ଦାସ ବିଶ୍ୱ ସାହିତ୍ୟ ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଓଡ଼ିଆ ସାହିତ୍ୟର ମୂଳଦୁଆ ଅତି ସୁଦୃଢ଼ ଏବଂ ସମାଜକୁ ସଠିକ୍ ଦିଗରେ ଆଗେଇ ନେବାରେ ଏହାର ଭୂମିକା ଅପରିସୀମ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାୟା ସାହିତ୍ୟର ନିର୍ଦ୍ଦେଶକ ପ୍ରମୋଦ ପ୍ରଧାନ ସ୍ୱାଗତ ଭାଷଣ ରଖିଥିବା ବେଳେ ଶେଷରେ କବି ଅମରେନ୍ଦ୍ର ମାଧବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମ୍ମିଳନୀରେ ବିଶିଷ୍ଠ କବି ଓ ଅନୁବାଦକ କମଳ ପ୍ରସାଦ ମହାପାତ୍ର,ବିଶିଷ୍ଠ କବି ଓ ସଂପାଦକ ସଂଗ୍ରାମ ଜେନା,କବି ଓ ଅନୁବାଦକ ସୂର୍ଯ୍ୟ ମିଶ୍ର, କବି ରକ୍ଷକ ନାୟକ, ସଂପାଦୀକା ମଧୁଲିତା ପରିଡା,କବି ଅକ୍ଷୟ କୁମାର ବେହେରା, କବି ସୁଧିର ମଉଡମଣୀ, ଗାଳ୍ପିକ ଅମରେଶ ବିଶ୍ବାଳ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ଓ ଅଭିଜ୍ଞତା ବାଣ୍ଟିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button