ଦେଶ ବିଦେଶ

LPG crisis: ସାରା ଦେଶରେ ଏଲ୍‌ପିଜି ସଂକଟ

ଯୁଦ୍ଧ ପ୍ରଭାବରେ ଏଲ୍‌ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି। ସେପଟେ ହର୍ମୁଜ୍ ପ୍ରଣାଳୀରେ ଦେଖାଦେଇଥିବା କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏଲ୍‌ପିଜି ଭିତ୍ତିଭୂମିରେ ସୁରକ୍ଷା ନିଶ୍ଚିତ କରିବାକୁ ଏବଂ ସିଲିଣ୍ଡର....

ନୂଆଦିଲ୍ଲୀ: ଯୁଦ୍ଧ ପ୍ରଭାବରେ ଏଲ୍‌ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି। ସେପଟେ ହର୍ମୁଜ୍ ପ୍ରଣାଳୀରେ ଦେଖାଦେଇଥିବା କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏଲ୍‌ପିଜି ଭିତ୍ତିଭୂମିରେ ସୁରକ୍ଷା ନିଶ୍ଚିତ କରିବାକୁ ଏବଂ ସିଲିଣ୍ଡର କଳାବଜାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ସଚିବ ଏବଂ ପୁଲିସ ଡିଜିଙ୍କ ଆଭାସୀ ବୈଠକରେ ଏହି ପରାମର୍ଶ ଦିଆଯାଇଛି।

ମହାରାଷ୍ଟ୍ରରେ ବିଧାନସଭା ବଜେଟ୍ ଅଧିବେଶନରେ ଗ୍ୟାସ ତାତି ଦେଖିବାକୁ ମିଳିଛି। ବିଧାୟକ ଓ ସେମାନଙ୍କ କର୍ମଚାରୀଙ୍କୁ ଖାଦ୍ୟ ପରିବେଷଣ ବନ୍ଦ କରାଯାଇଛି। ବିହାରର ପାଟନା ଜିଲ୍ଲା ମାଜିଷ୍ଟ୍ରେଟ୍‌ ତ୍ୟାଗରାଜନ୍‌ ଏସ୍ଏମ୍ କହିଛନ୍ତି ଯେ ଏଲ୍‌ପିଜିର ଘରୋଇ ଗ୍ରାହକମାନେ କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି। କଳାବଜାର ଅଭିଯୋଗ ପାଇବା କ୍ଷଣି ଗିରଫ ନିର୍ଦ୍ଦେଶ ଦିଆଯାଇଛି। ଗତ ଦୁଇ ଦିନରେ ଭୋପାଳ ଓ ସାଗର ଜିଲ୍ଲାରୁ ୪୭ଟି ସିଲିଣ୍ଡର ଜବତ କରାଯାଇଛି। ପଞ୍ଜାବ ଓ ହିମାଚଳ ପ୍ରଦେଶରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ଅଭାବ ହୋଟେଲ ଶିଳ୍ପକୁ ମେନୁ ହ୍ରାସ କରିବାକୁ ବାଧ୍ୟ କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button