ଜାତୀୟ

LPG Price Hike: ପହିଲାରୁ ଗ୍ରାହକଙ୍କୁ ବଡ଼ ଝଟକା; ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ,୦୧/୦୯; ପ୍ରତି ମାସର ପ୍ରଥମ ଦିନରେ ଦେଶରେ ଅନେକ ପରିବର୍ତ୍ତନ ହୋଇଥାଏ । ମାସ ଆରମ୍ଭରୁ ସାଧାରଣ ଲୋକଙ୍କୁ ବଡ଼ ଝଟକା ଲାଗିଛି । ବଢିଲା କମର୍ସିଆଲ ଏଲପିଜି ସିରିଣ୍ଡର ଦର । ବିଶେଷ କରି ବ୍ୟବସାୟ କରୁଥିବା ଗ୍ରାହକଙ୍କ ପାଇଁ ଚିନ୍ତା ବଢାଇଛି ସିଲିଣ୍ଡର ବୃଦ୍ଧି । ଟଙ୍କାଏ କି ୨ ଟଙ୍କା ନୁହେଁ ଏକାଥରେ ୯ ଟଙ୍କା ୫୦ ପଇସା ବଢିଛି କମର୍ସିଆଲ ଏଲପିଜି ସିଲିଣ୍ଡର ଦର । ତୈଳ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡର ମୂଲ୍ୟ ସମୀକ୍ଷା କରନ୍ତି ଏବଂ ନୂଆ ମୂଲ୍ୟ ଜାରି କରନ୍ତି । ସେପ୍ଟେମ୍ବର ପହିଲା ଅର୍ଥାତ, ଆଜି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି । ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୯ ଟଙ୍କା ୫୦ ପାଇସା ବୃଦ୍ଧି ହୋଇଛି ।

ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ୯ଟାଙ୍କା ୫୦ ପଇସା ବଢିଛି । ଦିଲ୍ଲୀରେ ଏହାର ମୂଲ୍ୟ ୨୭୪୭.୫୦ରେ ପହଞ୍ଚିଛି । ଏହା ପ୍ରଥମ ଥର ନୁହେଁ ଯେ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଏହି ବର୍ଷ ଗ୍ୟାସ ସିଲିଣ୍ଡର ମୂଲ୍ୟ ଅନେକ ଥର ପରିବର୍ତ୍ତନ ହୋଇଛି । ଆସନ୍ତ ଜାଣିବା ନୂଆ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ କେଉଁଠି କେତେ ରହିଛି ।

ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ:

ଦିଲ୍ଲୀ – ୨୭୪୭.୫୦ ଟଙ୍କା

ନୋଏଡା – ୨୭୪୭.୫୦ ଟଙ୍କା

କୋଲକାତା – ୨୯୮୨ ଟଙ୍କା

ଚେନ୍ନାଇ – ୨୯୧୬.୫୦ ଟଙ୍କା

ମୁମ୍ବାଇ – ୨୭୦୧ ଟଙ୍କା

କିଏ ପ୍ରଭାବିତ ହେବେ ? ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୁଖ୍ୟତଃ ହୋଟେଲ, ରେଷ୍ଟୁରାଣ୍ଟ, ଢାବା, କ୍ୟାଣ୍ଟିନ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନରେ ବ୍ୟବହୃତ ହୁଏ । ତେଣୁ, ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ସିଧାସଳଖ ଏହି ବ୍ୟବସାୟଗୁଡ଼ିକର ଖର୍ଚ୍ଚକୁ ପ୍ରଭାବିତ କରେ, ଏବଂ ଏହା ଖାଦ୍ୟ ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିପାରେ । ଯେତେବେଳେ ମୂଲ୍ୟ ବୃଦ୍ଧି ପାଏ, ରେଷ୍ଟୁରାଣ୍ଟ ଏବଂ ହୋଟେଲଗୁଡ଼ିକ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରନ୍ତି, ଯାହା ସାଧାରଣ ଲୋକଙ୍କ ଉପରେ ମୁଦ୍ରାସ୍ଫୀତିର ବୋଝ ବୃଦ୍ଧି କରେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button