ରାଜ୍ୟ

Luna River: ଲୁଣାନଦୀରେ ବୁଡ଼ିଗଲେ ୩ ସାଙ୍ଗ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ଦାନପୁର ପଞ୍ଚାୟତ ଗହଗା ଗ୍ରାମ ନିକଟ ଲୁଣାନଦୀରେ ବୁଡ଼ି ୩ ଜଣ ସାଙ୍ଗ ପ୍ରାଣ ହରାଇଛନ୍ତି। ଏଭଳି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

ଚାନ୍ଦୋଳ: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ଦାନପୁର ପଞ୍ଚାୟତ ଗହଗା ଗ୍ରାମ ନିକଟ ଲୁଣାନଦୀରେ ବୁଡ଼ି ୩ ଜଣ ସାଙ୍ଗ ପ୍ରାଣ ହରାଇଛନ୍ତି। ଏଭଳି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ଗହଗା ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶରେ ତିନି ସାଙ୍ଗଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ସୂଚନା ମୁତାବକ, ଗତକାଲି ସକାଳେ କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନ୍ଦୋଳ ଫାଣ୍ଡି ଅଧୀନ ଗହଗା ଗ୍ରାମର ଚିତ୍ତରଞ୍ଜନ ପରିଡ଼ାଙ୍କ ପୁଅ ହିମାଂଶୁ (୧୮), ଭରତ ସ୍ବାଇଁଙ୍କ ପୁଅ ସବ୍ୟସାଚୀ (୧୭) ଓ ରଶ୍ମିରଞ୍ଜନ ଶତପଥୀଙ୍କ ପୁଅ ଆଶିଷ (୧୭)ଙ୍କ ସମେତ ଅନ୍ୟ ସାଙ୍ଗମାନେ ନିକଟସ୍ଥ ଲୁଣାନଦୀକୁ ଗାଧୋଇବା ପାଇଁ ଯାଇଥିଲେ।  ହିମାଂଶୁ, ସବ୍ୟସାଚୀ ଓ ଆଶିଷ ଗଭୀର ପାଣିକୁ ଚାଲି ଯାଇଥିଲେ।  ସେମାନେ କୂଳକୁ ଆସିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବପର ହୋଇ ନ ଥିଲା। ତିନି ସାଙ୍ଗ ନଈରେ ଭାସିଯାଉଥିବା ବେଳେ ଡାକ ପକାଇବାରୁ ସେଠାରେ ଉପସ୍ଥିତ କିଛି ଗ୍ରାମବାସୀ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ପରେ କୋରୁଆ ଓ ନିଶ୍ଚିନ୍ତକୋଇଲି ଅଗ୍ନିଶମ ଟିମ୍‌, ସାଲେପୁର ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଖୋଜିବା ଆରମ୍ଭ କରିଥିଲେ।

ଅଗ୍ନିଶମ ଟିମ୍‌ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ପ୍ରାୟ ୧ କିଲୋମିଟର ଦୂର ନରହରିପୁରରୁ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଆଜି ଅପରାହ୍ଣରେ ତିନି ଜଣଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ବିଜେପି ରାଜ୍ୟ ପ୍ରବକ୍ତା ତେଜେଶ୍ବର ପରିଡ଼ା, ମନୀଷା ପଣ୍ଡା, କଂଗ୍ରେସ ନେତା ଉମେଶ ତ୍ରିପାଠୀ ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button