ଦେଶ ବିଦେଶ

Maharastra: ମହାରାଷ୍ଟ୍ରର ଚିଠା ଭୋଟର ତାଲିକାରେ ୨.୦୭ କୋଟି ନାମ ନାହିଁ: ‘ଭୋଟ୍‌ ଚୋରି’ କହି ବିଜେପି ଓ ଇସିଆଇକୁ ରାହୁଲଙ୍କ ନିଶାଣ

ମହାରାଷ୍ଟ୍ରର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପରେ ପ୍ରକାଶିତ ଚିଠା ଭୋଟର ତାଲିକାରେ ୯.୭୮ କୋଟି ପୁରୁଣା ଭୋଟରଙ୍କ ମଧ୍ୟରୁ ୨.୦୭ କୋଟିଙ୍କ ନାମ ସ୍ଥାନ ପାଇନାହିଁ। ଏହାକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିସନ୍‌ (ଇସିଆଇ) ଓ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି।

ମୁମ୍ବାଇ: ମହାରାଷ୍ଟ୍ରର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପରେ ପ୍ରକାଶିତ ଚିଠା ଭୋଟର ତାଲିକାରେ ୯.୭୮ କୋଟି ପୁରୁଣା ଭୋଟରଙ୍କ ମଧ୍ୟରୁ ୨.୦୭ କୋଟିଙ୍କ ନାମ ସ୍ଥାନ ପାଇନାହିଁ। ଏହାକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିସନ୍‌ (ଇସିଆଇ) ଓ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ତେବେ ଏହି ୨.୦୭ କୋଟି ନାମ ଚୂଡ଼ାନ୍ତ ଭାବେ ବାଦ୍‌ ପଡ଼ିଛି ବୋଲି ଧରିନେବା ଠିକ୍‌ ନୁହେଁ। ଦାବି ଓ ଆପତ୍ତି ପ୍ରକ୍ରିୟା ପରେ ତାଲିକାରେ ପୁଣି ଯୋଡ଼ାଯାଇପାରିବ ବୋଲି କହିଛି ନିର୍ବାଚନ କମିସନ୍।

ରାହୁଲ ଗାନ୍ଧୀ ଏହାକୁ ‘ଭୋଟ୍‌ ଚୋରି’ ବୋଲି ଅଭିଯୋଗ କରିବା ସହ ନିର୍ବାଚନ କମିସନ୍‌କୁ ‘ଭୋଟ୍‌ ଚୋରି କମିସନ୍‌’ ବୋଲି କହିଛନ୍ତି। ଏକ୍ସରେ ସେ କହିଛନ୍ତି, ‘ଭୋଟ୍‌ ଚୋରି’ ଉପରେ ଗଢ଼ି ଉଠିଥିବା ସରକାର ପାଇଁ ଲୋକମାନେ ଗୁରୁତ୍ବପୂର୍ଣ୍ଣ ନୁହନ୍ତି। ବିଜେପି ଓ ନିର୍ବାଚନ କମିସନ୍‌ ନିଜ ରଣନୀତି ବଦଳାଉଥିଲେ ମଧ୍ୟ ଲକ୍ଷ୍ୟ ଗୋଟିଏ- ଯେକୌଣସି ମୂଲ୍ୟରେ ବିଜେପିର ବିଜୟ ଏବଂ ଭାରତୀୟ ଗଣତନ୍ତ୍ରର ଅନ୍ତ।

ମହାରାଷ୍ଟ୍ର ୨୦୨୪ରେ ଲୋକସଭା ଓ ବିଧାନସଭା ନିର୍ବାଚନ ମଧ୍ୟରେ ୩୯ ଲକ୍ଷ ନୂଆ ଭୋଟର ଯୋଡ଼ାଯାଇଥିବା କଥା ଉଠାଇ ରାହୁଲ କହିଛନ୍ତି, ସେତେବେଳେ ମଧ୍ୟ ସେ ଏହାକୁ ‘ଭୋଟ୍‌ ଚୋରି’ କହିଥିଲେ। ପଶ୍ଚିମବଙ୍ଗର ଏସ୍‌ଆଇଆର୍‌କୁ ଉଲ୍ଲେଖ କରି ସେ ଦାବି କରିଛନ୍ତି ଯେ ଆପତ୍ତି ପରେ ବାଦ୍‌ ପଡ଼ିଥିବା ନାମର ୯୧ ପ୍ରତିଶତ ପୁଣି ଯୋଡ଼ାଯାଇଥିଲା। ତେଣୁ ୧୦ଟି ନାମରୁ ୯ଟି ଭୁଲ୍‌ ଭାବେ ବାଦ୍‌ ପଡ଼ିଥିବା ସେ କହିଛନ୍ତି। ସେପଟେ, ସୋମବାର ଚିଠା ତାଲିକା ପ୍ରକାଶ ପରେ ଅନ୍‌ଲାଇନ୍‌ରେ ନାମ ଖୋଜିବାରେ ଅନେକ ଭୋଟର ସମସ୍ୟା ହେଉଥିବା ଅଭିଯୋଗ କରିଥିଲେ। ନିର୍ବାଚନ କମିସନ୍‌ କହିଥିଲେ, ନାମ ଖୋଜିବା ସୁବିଧା ଉପରେ କାମ ଚାଲିଛି ଏବଂ ବୁଧବାର ସୁଦ୍ଧା ଏହା ଉପଲବ୍ଧ ହେବ। ଚିଠା ତାଲିକାରେ ନାମ ନ ଥିବା ଯୋଗ୍ୟ ଭୋଟରମାନେ ଦାବି ଓ ଆପତ୍ତି ପ୍ରକ୍ରିୟାରେ ନାମ ଯୋଡ଼ିବାକୁ ଆବେଦନ କରିପାରିବେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button