ଦେଶ ବିଦେଶ

Manipur: ଇମ୍ଫାଲରେ ୨୦୦ତମ ସ୍ମାରକ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ନୂଆଦିଲ୍ଲୀ: ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ମଣିପୁରର ଇମ୍ଫାଲ ସ୍ଥିତ ଐତିହାସିକ କାଙ୍ଗଲା ଦୁର୍ଗରେ ୨୦୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ହୋଇଛି। ଏହି ବିଶାଳ ଜାତୀୟ ପତାକା ସ୍ତମ୍ଭ ପ୍ରତିଷ୍ଠା ଦୁଇଟି ଐତିହାସିକ ନ୍ୟାୟିକ ନିଷ୍ପତ୍ତିର ବାର୍ଷିକୀକୁ ସ୍ମରଣ କରାଉଛି। ତାହା ହେଲା ଦିଲ୍ଲୀ ହାଇକୋର୍ଟଙ୍କ ସେହି ଐତିହାସିକ ନିର୍ଣ୍ଣୟର ୩୦ ବର୍ଷ, ଯାହା ବଳରେ ସାଧାରଣ ନାଗରିକଙ୍କୁ ସସମ୍ମାନେ ଜାତୀୟ ପତାକା ଉଡ଼ାଇବାର ଅଧିକାର ପ୍ରଦାନ ଏବଂ ଦ୍ୱିତୀୟରେ ସୁପ୍ରିମକୋର୍ଟଙ୍କ ସେହି ନିଷ୍ପତ୍ତିର ୨୨ ବର୍ଷ ଯାହା ସମ୍ବିଧାନ ଅନୁଚ୍ଛେଦ ୧୯ (କ) ଅନୁସାରେ ଜାତୀୟ ପତାକା ଉଡ଼ାଇବାର ଅଧିକାରକୁ ସୁନିଶ୍ଚିତ କରିଥିଲା।

୨୦୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ପାଇଁ କାଙ୍ଗଲା ଫୋର୍ଟକୁ ଚୟନ କରିବା ପଛରେ ଐତିହାସିକ ଗୁରୁତ୍ୱ ରହିଛି। କାରଣ ୨୧ ଜାନୁଆରି ୧୯୭୨ରେ ମଣିପୁରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିଥିଲା। ଏହି ପରିପ୍ରେକ୍ଷୀରେ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି, ତ୍ରିରଙ୍ଗା ଭାରତର ଏକତା ଓ ସଫଳତାର ପ୍ରତୀକ। ତ୍ରିରଙ୍ଗା ଯୁବକଙ୍କୁ ସବୁଦିନ ନିଜ ଅଧିକାରକୁ ମନେ ପକାଇବା ସହ ସେମାନଙ୍କ କର୍ତ୍ତବ୍ୟ ପାଳନ ପାଇଁ ପ୍ରେରଣା ଦେଇଥାଏ। ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଏହି ଅବସରରେ ୨୩ ଜାନୁଆରିକୁ ରାଷ୍ଟ୍ରୀୟ ଧ୍ୱଜା ଦିବସ ଘୋଷଣା ପାଇଁ ପ୍ରସ୍ତାବ ଦେଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button