ଦେଶ ବିଦେଶ

Mao Commander Surrenders: ସବ୍‌-ଜୋନାଲ୍‌ ମାଓ କମାଣ୍ଡର ସୁରେନ୍ଦ୍ର ଲୋହାରଙ୍କ ଆତ୍ମସମର୍ପଣ

ଝାଡ଼ଖଣ୍ଡ ଜନମୁକ୍ତି ପରିଷଦ (ଜେଜେଏମପି)ର ସବ୍-ଜୋନାଲ କମାଣ୍ଡର ସୁରେନ୍ଦ୍ର ଲୋହରା ଓରଫ ଟାଇଗର ଗୁରୁବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଏହି ମାଓ କମାଣ୍ଡର ପାଲାମୁ ଆଇଜି ଶୈଳେନ୍ଦ୍ର ସିହ୍ନା ଏବଂ ଲାତେହାର ଏସପି କୁମାର ଗୌରବଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ବିଶ୍ରା: ମାଓବାଦୀଙ୍କ ବିରୋଧରେ ପୁଲିସଙ୍କ ନିରନ୍ତର ଅଭିଯାନର ପ୍ରଭାବ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡ ଜନମୁକ୍ତି ପରିଷଦ (ଜେଜେଏମପି)ର ସବ୍-ଜୋନାଲ କମାଣ୍ଡର ସୁରେନ୍ଦ୍ର ଲୋହରା ଓରଫ ଟାଇଗର ଗୁରୁବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଏହି ମାଓ କମାଣ୍ଡର ପାଲାମୁ ଆଇଜି ଶୈଳେନ୍ଦ୍ର ସିହ୍ନା ଏବଂ ଲାତେହାର ଏସପି କୁମାର ଗୌରବଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସୁରେନ୍ଦ୍ର ଲୋହରା ଲାତେହାର ସଦର ଥାନା ଅଞ୍ଚଳର ମାଞ୍ଜର ଗାଁର ବାସିନ୍ଦା ଓ ସେ ଗତ ୨୦ ବର୍ଷ ଧରି ବିଭିନ୍ନ ମାଓ ସଂଗଠନରେ ସକ୍ରିୟ ରହିଥିଲେ। ଲାତେହାର ଏସପି କୁମାର ଗୌରବଙ୍କ ନେତୃତ୍ୱରେ ଗତ କିଛି ଦିନ ଧରି ମାଓ ବିରୋଧରେ ବ୍ୟାପକ ଅଭିଯାନ ଚାଲିଥିଲା। ଏହି ଅଭିଯାନରେ ପୂର୍ବରୁ ଦୁର୍ବଳ ହୋଇପଡ଼ିଥିବା ମାଓବାଦୀମାନଙ୍କୁ ଆତ୍ମସମର୍ପଣ ପାଇଁ ଶେଷ ସୁଯୋଗ ଦିଆଯାଇଥିଲା। ଝାଡ଼ଖଣ୍ଡ ସରକାରଙ୍କ ଆତ୍ମସମର୍ପଣ ନୀତି ବିଷୟରେ ଜାଣିବା ପରେ ସୁରେନ୍ଦ୍ର ପୁଲିସ ସହ ସମ୍ପର୍କ କରିଥିଲେ। ଆତ୍ମସମର୍ପଣ ପରେ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସୁବିଧା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା।

୨୮ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି

ସୂଚନାଯୋଗ୍ୟ ଯେ, ଲାତେହାର ଏସପି କୁମାର ଗୌରବଙ୍କ ଦେଢ଼ବର୍ଷର କାର୍ଯ୍ୟକାଳରେ ୨୮ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button