Gadadhar murder case: ୨୦୧୪ ମସିହାର ବହୁଚର୍ଚ୍ଚିତ ଗଦାଧର ହତ୍ୟା ମାମଲା: ୧୨ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ
୨୦୧୪ ମସିହାରେ ନୂଆପଲ୍ଲୀ ଥାନା ଅଞ୍ଚଳରେ ଘଟିଥିଲା ଏକ ବୀଭତ୍ସ ହତ୍ୟାକାଣ୍ଡ। ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଗଦାଧର ବେହେରାଙ୍କୁ ରଡ୍ରେ ପିଟିବା ସହ ଗଳାକାଟି ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୃତଦେହକୁ ଅଖାରେ ପୂରାଇ ନିଆଳି ମାଧବ ଗାଁରେ ପୋତି ଦେଇଥିଲେ।

ଭୁବନେଶ୍ୱର: ୨୦୧୪ ମସିହାରେ ନୂଆପଲ୍ଲୀ ଥାନା ଅଞ୍ଚଳରେ ଘଟିଥିଲା ଏକ ବୀଭତ୍ସ ହତ୍ୟାକାଣ୍ଡ। ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଗଦାଧର ବେହେରାଙ୍କୁ ରଡ୍ରେ ପିଟିବା ସହ ଗଳାକାଟି ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୃତଦେହକୁ ଅଖାରେ ପୂରାଇ ନିଆଳି ମାଧବ ଗାଁରେ ପୋତି ଦେଇଥିଲେ। ଅବୈଧ ପ୍ରେମ ବ୍ୟାପାରକୁ ନେଇ ଘଟିଥିବା ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡ ବେଶି ଦିନ ଲୁଚି ପାରିନଥିଲା। ସପ୍ତାହକ ଭିତରେ ନୂଆପଲ୍ଲୀ ଥାନା ପୁଲିସ ମୃତଦେହ ଠାବ କରିବା ସହ ମୁଖ୍ୟ ଅଭିଯୁକ୍ତ ବିଶ୍ବକଲ୍ୟାଣ ପଶୁପାଳକ, ସହଯୋଗୀ ଛବି ମଳିକ ଓ ବଳରାମ ପାଢ଼ୀକୁ ଗିରଫ କରିଥିଲା। କିନ୍ତୁ ହତ୍ୟାକାଣ୍ଡରେ ସିଧାସଳଖ ସମ୍ପୃକ୍ତ ଥିବା ଅଭିଯୁକ୍ତ ସଞ୍ଜୟ ପଲେଇ ଓରଫ ସଞ୍ଜୁ ଫେରାର ହୋଇଯାଇଥିଲା। ୧୨ବର୍ଷ ପରେ କଟକ ନିଆଳିସ୍ଥିତ ମାଧବ ଗ୍ରାମରୁ ପୁଲିସ ସଞ୍ଜୁକୁ ଗିରଫ କରିଛି। ଦୀପାବଳି ପାଇଁ କେରଳରୁ ଗାଁକୁ ଫେରିଥିବା ସଞ୍ଜୁ ନୂଆପଲ୍ଲୀ ଥାନା ପୁଲିସ ଜାଲରେ ପଡ଼ିଛି। ଗତକାଲି ରାତିରେ ପୁଲିସ ଟିମ୍ ତାକୁ ତା’ ଘରୁ ଉଠାଇ ଆଣି ଆଜି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ସମ୍ପୃକ୍ତ ପିତନ ଭୋଇ ଏବେ ବି ଫେରାର ଅଛି।
ସୌଜନ୍ୟ ସମ୍ବାଦ




