ରାଜ୍ୟ

Maoist-free Tulasi Village: ମାଓମୁକ୍ତ ତୁଳସୀ ଗାଁରେ ବିକାଶକୁ ଉପହାସ: ଝାଟିମାଟି କୁଡ଼ିଆରେ ଅଙ୍ଗନବାଡ଼ି କେନ୍ଦ୍ର

ଦିନେ ଯେଉଁ ଅଞ୍ଚଳକୁ ଯିବାକୁ ଲୋକେ ଭୟ କରୁଥିଲେ, ଏବେ ସେଠାରେ ଧୀରେ ଧୀରେ ବଦଳୁଛି ସ୍ଥିତି। ମାଓମୁକ୍ତ ହେବା ପରେ ଲୋକେ ସ୍ୱାଧୀନ ଭାବେ ଜୀବନଯାପନ କରୁଛନ୍ତି। କିନ୍ତୁ ବଦଳି ପାରୁନି ବିକାଶର ଚିତ୍ର। ନିର୍ମାଣ କାର୍ଯ୍ୟ ଆରମ୍ଭକୁ ୫ବର୍ଷ...

ମାଲକାନଗିରି: ଦିନେ ଯେଉଁ ଅଞ୍ଚଳକୁ ଯିବାକୁ ଲୋକେ ଭୟ କରୁଥିଲେ, ଏବେ ସେଠାରେ ଧୀରେ ଧୀରେ ବଦଳୁଛି ସ୍ଥିତି। ମାଓମୁକ୍ତ ହେବା ପରେ ଲୋକେ ସ୍ୱାଧୀନ ଭାବେ ଜୀବନଯାପନ କରୁଛନ୍ତି। କିନ୍ତୁ ବଦଳି ପାରୁନି ବିକାଶର ଚିତ୍ର। ନିର୍ମାଣ କାର୍ଯ୍ୟ ଆରମ୍ଭକୁ ୫ବର୍ଷ ବିତିଥିଲେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ସରୁନଥିବାରୁ ଝାଟିମାଟି କୁଡ଼ିଆରେ ପଢ଼ୁଛନ୍ତି ଶହେରୁ ଊର୍ଦ୍ଧ୍ବ ଦୁରୁଆ ସମ୍ପ୍ରଦାୟର ଶିଶୁ। ପ୍ରାକ୍‌ ପ୍ରାଥମିକ ଶିକ୍ଷାର ଏପରି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଟେମରୁପାଲି ପଞ୍ଚାୟତର ତୁଳସୀ ଗାଁରେ।

ଝାଟିମାଟି କୁଡ଼ିଆରେ ଅଙ୍ଗନବାଡ଼ି କେନ୍ଦ୍ର
ପଢ଼ୁଛନ୍ତି ଶହେରୁ ଊର୍ଦ୍ଧ୍ବ ଦୁରୁଆ ସମ୍ପ୍ରଦାୟର ଶିଶୁ
ନିର୍ମାଣର ୫ ବର୍ଷ ପରେ ବି ଅଧାପନ୍ତରିଆ

ପାହାଡ଼ ଉପରେ ଅବସ୍ଥିତ ତୁଳସୀ ଗାଁ ଏକଦା ମାଓବାଦୀଙ୍କ କବ୍‌ଜାରେ ଥିଲା। ସେହି ସମୟରେ ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଶୁ ବିକାଶ ସହିତ ସରକାରଙ୍କ ସମସ୍ତ ଯୋଜନା ଅପହଞ୍ଚ ଥିଲା। ଗାଁରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରର ସୁବିଧା ନଥିବାରୁ ପିଲା ପାଠପଢ଼ାରୁ ବଞ୍ଚିତ ଥିଲେ। ମାଲକାନଗିରିରେ ମାଓ ଦମନ ଅଭିଯାନ ଜୋରଦାର ପରେ ତୁଳସୀ ପାହାଡ଼ରୁ ହଟିଥିଲେ ନକ୍ସଲ। ଗତ ୫ ବର୍ଷ ତଳେ ଗାଁରେ ଆରମ୍ଭ ହୋଇଥିଲା ଅଙ୍ଗନବାଡ଼ି କେନ୍ଦ୍ର। ନିଜସ୍ବ ଗୃହନଥିବାରୁ ଝାଟିମାଟି କୁଡ଼ିଆ‌ ଉପରେ ପଲିଥିନ୍‌ ପକାଇ ପିଲାଙ୍କୁ ପାଠ ପଢ଼ାଉଛନ୍ତି ସାଲିମି ଅଞ୍ଚଳର ଅଙ୍ଗନବାଡ଼ି କର୍ମୀ। କେନ୍ଦ୍ର ନିର୍ମାଣ ଲାଗି ମୂଳଦୁଆ ପଡ଼ିଥିଲେ ମଧ୍ୟ କାମ ସରିବାର ନାଁ ନାହିଁ। ଫଳରେ ଅସୁରକ୍ଷିତ ଓ ଅସ୍ୱାସ୍ଥ୍ୟକର ପରିବେଶରେ ଶିଶୁ ପଢ଼ୁଛନ୍ତି। ବର୍ଷା ଓ ପ୍ରତିକୂଳ ପାଗରେ କେନ୍ଦ୍ରକୁ ଆସୁଥିବା ଶତାଧିକ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button