ଖେଳବାଣିଜ୍ୟ

Marriage: ଅର୍ଜୁନଙ୍କ ହାତ ଧରିଲେ ସାନିଆ, ତେନ୍ଦୁଲକରଙ୍କ ହେଲେ ବୋହୂ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ତଥା କ୍ରିକେଟର୍‌ ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକ୍‌ଙ୍କ ବିବାହ ଗୁରୁବାର ସମ୍ପନ୍ନ ହୋଇଛି। ପରିବାରବର୍ଗ ଓ ଅଳ୍ପ କିଛି ପାରିବାରିକ ବନ୍ଧୁଙ୍କ ଉପସ୍ଥିତିରେ ମୁମ୍ବାଇର ବିଳାଶମୟ ପଞ୍ଚତାରକା ହୋଟେଲ୍‌ ସେଣ୍ଟ୍‌ ରେଗିସ୍‌ରେ ଏହି ବିବାହ ସମ୍ପନ୍ନ ହୋଇଛି।

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ତଥା କ୍ରିକେଟର୍‌ ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକ୍‌ଙ୍କ ବିବାହ ଗୁରୁବାର ସମ୍ପନ୍ନ ହୋଇଛି। ପରିବାରବର୍ଗ ଓ ଅଳ୍ପ କିଛି ପାରିବାରିକ ବନ୍ଧୁଙ୍କ ଉପସ୍ଥିତିରେ ମୁମ୍ବାଇର ବିଳାଶମୟ ପଞ୍ଚତାରକା ହୋଟେଲ୍‌ ସେଣ୍ଟ୍‌ ରେଗିସ୍‌ରେ ଏହି ବିବାହ ସମ୍ପନ୍ନ ହୋଇଛି। ଗତ ବର୍ଷ ଅଗଷ୍ଟ ମାସରେ ଉଭୟଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା।

ତେବେ ବିବାହ ପରେ ଅନୁଷ୍ଠିତ ପ୍ରିତିଭୋଜନରେ କ୍ରିକେଟ୍‌, ବଲିଉଡ୍‌ ସମେତ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଯୋଗଦେଇଥିବା ଅତିଥିମାନଙ୍କ ମଧ୍ୟରେ ଶିଳ୍ପପତି ମୁକେଶ ଅମ୍ବାନି ଓ ପରିବାର, ସଚିନଙ୍କ ପୂର୍ବତନ ସାଥୀ ଖେଳାଳି ରାହୁଲ ଦ୍ରାବିଡ୍‌ ଓ ପତ୍ନୀ ବିଜେତା, ଅନୀଲ କୁମ୍ବଲେ ଓ ପତ୍ନୀ ଚେତନା, ଯୁବରାଜ ସିଂ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ଚୟନକର୍ତ୍ତା ଅଜିତ ଆଗରକର୍‌, ଆଇସିସି ଅଧ୍ୟକ୍ଷ ଜୟ ଶାହ, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ପୂର୍ବତନ ଅଲ୍‌ଲାଉଣ୍ଡର ଇରଫାନ ପଠାନ, ଅଜିଙ୍କ୍ୟ ରାହାଣେ, ଅଭିନେତା ଶାହରୁଖ ଖାଁ ଓ ପତ୍ନୀ ଗୌରୀ ଖାଁ, ଅଭିଷେକ ବଚ୍ଚନ ଓ ପତ୍ନୀ ଐଶ୍ବର୍ଯ୍ୟା ରାୟ, ଅମୀର ଖାଁ, ପୂର୍ବତନ ଦ୍ରୁତ ବୋଲର ଜାହିର ଖାଁ ଓ ପତ୍ନୀ ଶାଗରିକା, କ୍ରିକେଟର୍‌ ତଥା ଅର୍ଜୁନଙ୍କ ବାଲ୍ୟବନ୍ଧୁ ପୃଥିବୀ ଶାହ, ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ଅନ୍ତର୍ଭୁକ୍ତ ଥିଲେ।

ସାନିଆ ଚାନ୍ଦୋକ୍ କିଏ?

ଅର୍ଜୁନ ତେନ୍ଦୁଲକରଙ୍କ ପତ୍ନୀ ସାନିଆ ଚାନ୍ଦୋକ୍ ହେଉଛନ୍ତି ମୁମ୍ବାଇର ଜଣାଶୁଣା ବ୍ୟବସାୟୀ ତଥା ଗ୍ରାଭିସ୍ ଗ୍ରୁପର ଅଧ୍ୟକ୍ଷ ରବି ଚାନ୍ଦୋକ୍‌ଙ୍କ ନାତୁଣୀ। ଗ୍ରାଭିସ୍ ଗ୍ରୁପ ହୋଟେଲ, ଆଇସକ୍ରିମ୍‌ ଓ ଅନ୍ୟ କେତେକ ଖାଦ୍ୟ ବ୍ୟବସାୟରେ ଏକ ଜଣାଶୁଣା ନାମ। ନିଜେ ସାନିଆ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ପାଠ ପଢିବା ସହ ଭେଟନାରି ଟେକନିସିଆନ୍ ଡିପ୍ଲୋମା ମଧ୍ୟ ହାସଲ କରିଛନ୍ତି। ପରିବାରର ଏହି ବ୍ୟବସାୟ ସାମ୍ରାଜ୍ୟଠାରୁ ଅଲଗା ଏକ ନିଜସ୍ବ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି ସାନିଆ। ତାହା ହେଉଛି ‘ମିଃ ପ’ଜ୍ ପେଟ୍ ସ୍ପା’। ଏହା ପୋଷା କୁକୁରମାନଙ୍କୁ ଚିକିତ୍ସା ଓ ଯତ୍ନ ପାଇଁ କାମ କରିଥାଏ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button