Massive Fire Six Dead ମିରଟରେ ଭୟଙ୍କର ଅଗ୍ନିକାଣ୍ଡ: ଛଅ ମୃତ
ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ଲିସାଡି ଗେଟ୍ ଥାନା ଅଞ୍ଚଳର କିଡୱାଇ ନଗରରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଇକବାଲ ଅହମ୍ମଦଙ୍କ ଘରେ ହଠାତ୍ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି।

ମିରଟ: ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ଲିସାଡି ଗେଟ୍ ଥାନା ଅଞ୍ଚଳର କିଡୱାଇ ନଗରରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଇକବାଲ ଅହମ୍ମଦଙ୍କ ଘରେ ହଠାତ୍ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ଇକବାଲ ତାଙ୍କ ଭାଇଙ୍କ ସହିତ ନମାଜ ପଢ଼ିବାକୁ ଯାଇଥିଲେ। ଘରେ ମହିଳା ଓ ପିଲାମାନେ ଥିଲେ। ନିଆଁ ଲାଗି ଘର ପୋଡ଼ିଯାଇଥିଲା।
ପରିବାର ଉପର ମହଲାରେ ରହୁଥିଲେ
ଯେଉଁ ଘରେ ଏହି ଘଟଣା ଘଟିଛି ସେହି ଘରର ତଳ ମହଲାରେ ଏକ କପଡ଼ା ଗୋଦାମ ଥିଲା। ପରିବାର ଉପର ମହଲାରେ ରହୁଥିଲେ। ସୋମବାର ସନ୍ଧ୍ୟାରେ ହଠାତ୍ ଗୋଦାମରେ କୌଈସି କାରଣରୁ ନିଆଁ ଲାଗିଯାଇଥିଲା। ଏହା ଉପର ମହଲାକୁ ବ୍ୟାପିଥିଲା। ଭିତରେ ଫସି ରହିଥିବା ପିଲା ଓ ମହିଳାମାନେ ବାହାରକୁ ପଳାଇ ଆସିବାର ସୁଯୋଗ ପାଇ ନଥଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଅଞ୍ଚଳର ରାସ୍ତା ସଂକୀର୍ଣ୍ଣ ଥିବାରୁ ଅଗ୍ନିଶମ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିବା ପାଇଁ କଷ୍ଟକର ହୋଇଥିଲା।
ଫସି ରହିଥିବା ପରିବାରର ସାତ ଜଣ ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ, ପୁଲିସ ଓ ଅଗ୍ନିଶମ ବାହିନୀ ଘର ପଛ ପାଚେରୀ ଭାଙ୍ଗି ସିଡ଼ି ବ୍ୟବହାର କରି ସେମାନଙ୍କୁ ଜଣ ଜଣ କରି ବାହାର କରିଥିଲେ।
ଅଗ୍ନିକାଣ୍ଡ ଯୋଗୁ ଦୁଇ ମହିଳା ଓ ପାଞ୍ଚ ଜଣ ଶିଶୁ ପୋଡ଼ି ଯାଇଥିଲେ। ସମସ୍ତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତିନି ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପରେ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ଘଟିବା ସହିତ ମୃତ୍ୟୁ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି।
ସୌଜନ୍ୟ ସମ୍ବାଦ




