ଓଡିଶା

Matric evalution: ଗୁରୁବାରଠୁ ୫୨ ଟି କେନ୍ଦ୍ରରେ ମୂଲ୍ୟାୟନ, ୧୫ ଦିନରେ ସାରିବାକୁ ଟାର୍ଗେଟ

ମେ' ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବା ରେଜଲ୍ଟ । ଏଥିପାଇଁ ମାର୍ଚ୍ଚ ୧୯ରୁ ହେବ ଖାତାଦେଖା ।

କଟକ ୧୮/୦୩: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ଦେଖା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ୫୨ ଟି ମୂଲ୍ୟାୟନର ବ୍ୟବସ୍ଥା କରାଯାଇଛି। ଖାତାଦେଖା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଏଥିପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖିବେ । ଏଥିପାଇଁ ସବୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି ।

.ଆରମ୍ଭ ତାରିଖ: ୧୯ ଫେବୃୟାରୀ ୨୦୨୬
.ସମାପ୍ତ ତାରିଖ: ମାର୍ଚ୍ଚ ୨, ୨୦୨୬
.କେନ୍ଦ୍ର ସଂଖ୍ୟା: ୫୧ଟି କେନ୍ଦ୍ରରେ ମୂଲ୍ୟାୟନ
.ଖାତାଦେଖିବେ:୧୨ ଶହରୁ ୧୫ହଜାର
.ରେଜଲ୍ଟ: ମେ ସପ୍ତାହ

ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ଦିନ ମଧ୍ୟରେ ଖାତାଦେଖା ସାରିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ, ସହକାରୀ ନିରୀକ୍ଷକଙ୍କ ସମେତ ନିୟୋଜିତ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ହୋଇଛି । ଏହାସହ ମୂଲ୍ୟାୟନ ପୂର୍ବରୁ ଅର୍ଥାତ୍ ପ୍ରତ୍ୟେକ ଦିନ ପୂର୍ବାହ୍ଣ ୧୦ଟା ସୁଦ୍ଧା କେନ୍ଦ୍ରରେ ପହଞ୍ଚିବେ। କ୍ୟାମ୍ପ ଅଧିକାରୀ ଓ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି।

ଚଳିତ ବର୍ଷ ଫେବୃୟାରୀ ୧୯ ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଚଳିତ ମାସ ୨ ତାରିଖରେ ଶେଷ ହୋଇଛି। ଏଥର ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୬ ହଜାର ୫ ଶହ ୮୨ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲପ କରିଥିଲେ । ୩ ହଜାର ୮୨ ଟି ପରୀକ୍ଷା କେନ୍ଦ୍ରରେ ହୋଇଥିଲା ପରୀକ୍ଷା । ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଥିଲା ସିସିଟିଭି କ୍ୟାମେରା ।

କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ମାଧ୍ୟମିକ ଶିକ୍ଷା ପରିଷଦର କଣ୍ଟ୍ରୋଲ ରୁମରେ ବସି, ବୋର୍ଡ କର୍ତ୍ତୃପକ୍ଷ ସମସ୍ତ ଗତିବିଧି ଉପରେ ନଜର ରଖିଥିଲେ। ପରୀକ୍ଷା ପରିଚାଳନା ବେଳେ ସେଭଳି କୌଣସି ଅପ୍ରିତିକାର ପରିସ୍ଥିତି ସୃଷ୍ଟି ହୋଇନାହିଁ। କିନ୍ତୁ ତ୍ରୁଟି ଶୂନ୍ୟ ଭାବେ ଖାତା ଦେଖା କାର୍ଯ୍ୟ ହେବା ଆବଶ୍ୟକ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button