ଦେଶ ବିଦେଶ

Mauni Amavasya Dip Sangam ମୌନୀ ଅମାବାସ୍ୟାରେ ମାଘମେଳାରେ ଭକ୍ତଙ୍କ ଭିଡ଼, ୧ କୋଟିରୁ ଊର୍ଦ୍ଧ୍ବ ଲୋକ ସଙ୍ଗମରେ ବୁଡ଼ ପକାଇଲେ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ମୌନୀ ଅମାବାସ୍ୟା ଦିନ ସକାଳୁ ଶ୍ରଦ୍ଧାଳୁମାନେ ପବିତ୍ର ବୁଡ଼ ପକାଇଛନ୍ତି। ସକାଳ ୮ଟା ସୁଦ୍ଧା 1 croreରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି।

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମୌନୀ ଅମାବାସ୍ୟା ଦିନ ସକାଳୁ ଶ୍ରଦ୍ଧାଳୁମାନେ ପବିତ୍ର ବୁଡ଼ ପକାଇଛନ୍ତି। ସକାଳ ୮ଟା ସୁଦ୍ଧା ୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ମାଘମେଳା ସହ ମୌନୀ ଅମାବାସ୍ୟାର ଶୁଭ ଅବସରରେ ପ୍ରାୟ ୩ କୋଟି ଭକ୍ତ ସ୍ନାନ ପାଇଁ ପ୍ରୟାଗରାଜ ଆସିପାରିବେ ବୋଲି ମେଳା ପ୍ରଶାସନ ଆଶା କରୁଛି।

ସୂଚନା ମିଳୁଛି ଯେ, ସକାଳ ୭ଟା ସୁଦ୍ଧା ୭୫ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କରିଥିଲେ। ଏହା ପୂର୍ବରୁ ଭୋର ୪ଟା ସୁଦ୍ଧା ୫୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ଶନିବାର ଦିନ ମଧ୍ୟ ପ୍ରାୟ ଦେଢ଼ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ପବିତ୍ର ବୁଡ଼ ପକାଇବାକୁ ଆସିଥିଲେ।
ପ୍ରୟାଗରାଜରେ ମାଘ ମେଳାରେ ଆଶାଠାରୁ ଅଧିକ ଭିଡ଼ ହୋଇଥାଏ। ସୂର୍ଯ୍ୟ ଉଦୟ ହେବା ସହିତ ଭକ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇଥାଏ। ମାଘ ମେଳାରେ ପ୍ରଶାସନ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିଛି। ୟୁପି ଏଟିଏସର ଏକ ପାଟ୍ରୋଲିଂ ଟିମ୍ ମଧ୍ୟ ଏଠାରେ ନିୟୋଜିତ କରାଯାଇଛି।

ମାଘ ମେଳା ଅଞ୍ଚଳ ଯାଞ୍ଚ କରିଥିଲେ ସୁରକ୍ଷା ଅଧିକାରୀ

ମୌନୀ ଅମାବାସ୍ୟା ଅବସରରେ ମାଘ ମେଳାରେ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ବିଶାଳ ଚେକିଂ ଡ୍ରାଇଭ୍ ମଧ୍ୟ କରାଯାଇଥିଲା। ସୁରକ୍ଷା ଅଧିକାରୀଙ୍କ ଏକ ଟିମ୍ ହାତରେ ମେଟାଲ ଡିଟେକ୍ଟର ଧରି ମାଘ ମେଳା ଅଞ୍ଚଳ ଯାଞ୍ଚ କରିଥିଲେ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ଟିମ୍ ସହ ପୁଲିସ କମିସନର ଯୋଗେନ୍ଦ୍ର କୁମାର ନିଜେ ସ୍ନାନ ଘାଟରେ ଉପସ୍ଥିତ ଥିଲେ। ତାଙ୍କ ସହ ଅତିରିକ୍ତ ସିପି ଅଜୟ ପାଲ ଶର୍ମା ମଧ୍ୟ ଉପସ୍ଥିତ ଅଛନ୍ତି। ପ୍ରୟାଗରାଜ ଡିଏମ୍ ମନିଷ କୁମାର ବର୍ମାଙ୍କ କହିବା ଅନୁଯାୟୀ, ମୌନୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ମଧ୍ୟ ପବିତ୍ର ସ୍ନାନ ପରେ ଫେରୁଛନ୍ତି। ଭକ୍ତମାନେ ଏପର୍ଯ୍ୟନ୍ତ କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି।

ସୌଜନ୍ୟ ସମ୍ବାଦ

 

Leave a Reply

Your email address will not be published. Required fields are marked *

Back to top button