ଜାତୀୟ
MBBS Registration: ଆଜିଠୁ ଏମ୍ବିବିଏସ୍ ନାମଲେଖା ପ୍ରକ୍ରିୟା , ୧୫ରୁ ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ୱର,୩ \୯ : ଉଭୟ ସରକାରୀ, ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ସ୍ନାତକ ଡିଗ୍ରୀ (ଏମ୍ବିବିଏସ/ବିଡିଏସ) ପଢ଼ିବା ପାଇଁ ଗୁରୁବାରଠୁ ଆରମ୍ଭ ହେବ ରାଉଣ୍ଡ-୨ ନାମଲେଖା । ରାଜ୍ୟରେ ଥିବା ସମସ୍ତ ୧୪ଟି ସରକାରୀ ମେଡିକାଲ କଲେଜ, ଘରୋଇ ମେଡିକାଲ କଲେଜ ପାଇଁ ସର୍ବଭାରତୀୟ କୋଟା (୧୫ପ୍ରତିଶତ)ରେ କାଉନସେଲିଂ ଚାଲିବ । ଏହାପରେ ୭ ତାରିଖରୁ ରାଜ୍ୟ କୋଟା(୮୫ ପ୍ରତିଶତ)ରେ ଚାଲିବ କାଉନସେଲିଂ ।
ଏହି ପ୍ରକ୍ରିୟା ୧୧ ପର୍ଯ୍ୟନ୍ତ ଜାରିରହିବ । ୧୯ରୁ ମେଡିକାଲ କାଉନସେଲିଂ କମିଟି (ଏମସିସି) ପକ୍ଷରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ରର ଯାଞ୍ଚ ହେବ । ଆସନ୍ତା ୧୫ରୁ ପାଠପଢ଼ା ଆରମ୍ଭ ହେବ । ରାଜ୍ୟରେ ଏବେ ୧୪ଟି ସରକାରୀ ମେଡିକାଲ କଲେଜରେ ମୋଟ ୧୮୦୦ ସିଟ୍ ରହିଛି । କଟକ ଏସସିବି ମେଡିକାଲ କଲେଜ, ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ସର୍ବାଧିକ ୨୫୦ ଲେଖାଏଁ ସିଟ୍ ରହିଛି ।
ସୌଜନ୍ୟ ପ୍ରମେୟ




