ରାଜ୍ୟ

BrahmaniRiver: ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳିକା ନିଖୋଜ

ବରୀ: ଯାଜପୁରଜିଲ୍ଲା ବରୀର ବ୍ରାହ୍ମଣୀ ନଦୀର ଚନ୍ଦନପୁର ଗାଧୁଆତୁଠରେ ଗାଧୋଇବାକୁ ଆସିଥିବା ଜଣେ ନାବାଳିକା ନଦୀରେ ବୁଡ଼ିଯାଇ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ନାବାଳିକା ଜଣଙ୍କ ଚନ୍ଦନପୁର ଗ୍ରାମର ପ୍ରଶାନ୍ତ ବିଶ୍ବାଳଙ୍କ ଝିଅ ଶୁଭଲକ୍ଷ୍ମୀ ବିଶ୍ବାଳ(୧୨) ବର୍ଷ ବୋଲି ଜଣାପଡ଼ିଛି। ସେ ପଞ୍ଚାୟତ ହାଇସ୍କୁଲ, ରାମପୁରର ୯ମ ଶ୍ରେଣୀ ଛାତ୍ରୀ ବୋଲି ମଧ୍ୟ ଜଣାପଡ଼ିଛି। ଖବର ପାଇ ବରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ନିଖୋଜ ନାବାଳିକାର ସନ୍ଧାନ ମିଳିନାହିଁ।

ସୌଜନ୍ୟ ସମ୍ବାଦ

Show More
Back to top button