ଖେଳଜାତୀୟ

MI IPL 2026: IPL ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଢିଲା ଚିନ୍ତା, ବାଦ୍ ପଡ଼ି ପାରନ୍ତି ଯଶପ୍ରୀତ ବୁମରା

ଇଣ୍ଡିଆନ୍ ପ୍ରିମିୟର ଲିଗର ୧୯ତମ ସିଜିନ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆସିଛି ଚିନ୍ତାଜନକ ଖବର। ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପହଞ୍ଚିଛନ୍ତି। ବୁମରା କାହିଁକି ସେଣ୍ଟର ଅଫ ଏକ୍ସଲେନ୍ସ ଯାଇଛନ୍ତି ? କାରଣ ଅସ୍ପଷ୍ଟ।

MI IPL 2026: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୯ତମ ସିଜିନ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆସିଛି ଚିନ୍ତାଜନକ ଖବର। ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପହଞ୍ଚିଛନ୍ତି। ବୁମରା କାହିଁକି ସେଣ୍ଟର ଅଫ ଏକ୍ସଲେନ୍ସ ଯାଇଛନ୍ତି ? ଆଘାତ, ଫିଟନେସ୍ ସମସ୍ୟା ନା ଅନ୍ୟ କୌଣସି କାରଣ ଯୋଗୁଁ ଯାଇଛନ୍ତି ତାହା ସ୍ପଷ୍ଟ ହୋଇନି। କିନ୍ତୁ ଏହା ମୁମ୍ବାଇ ଇଣ୍ଡିଆନ୍ସ ଶିବିରକୁ ଚିନ୍ତାରେ ପକାଇଛି।

ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିଙ୍କ ପାଇଁ ଟ୍ରେନିଂ ସେସନ ଆରମ୍ଭ କରିଛି। କିନ୍ତୁ ବୁମରା ଏପର୍ଯ୍ୟନ୍ତ ତାଲିମ ଶିବିରରେ ଯୋଗ ଦେଇନାହାନ୍ତି। ତେଣୁ ୫ ଥରର ଆଇପିଏଲ୍ ଚାମ୍ପିଅନ୍ ଦଳ ପାଇଁ ଧକ୍କା ସଦୃଶ ହୋଇଛି। ଗତ ସପ୍ତାହରେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ମାହେଲା ଜୟବର୍ଦ୍ଧନେ କହିଥିଲେ ଯେ ଟି ୨୦ ବିଶ୍ୱକପରେ ଭାରତୀୟ ଦଳର ବିଜୟ ପରେ ଚାରି ଜଣ ମୁମ୍ବାଇ ଖେଳାଳିଙ୍କୁ ଅତିରିକ୍ତ ବିଶ୍ରାମ ଦିଆଯାଇଛି।

ଅନ୍ୟପଟେ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସର ଡାକ୍ତରୀ ଦଳ ଖେଳାଳିଙ୍କ ଫିଟନେସ୍ ତଦାରଖ କରୁଛନ୍ତି। ସମ୍ପ୍ରତି ରିପୋର୍ଟ ଅନୁସାରେ କୋଲକାତା ନାଇଟ୍ ରାଇଡର୍ସ ଦ୍ରୁତ ବୋଲର ଆକାଶଦୀପ ସିଂହ ମଧ୍ୟ ପିଠି ସମସ୍ୟା ଯୋଗୁଁ COEରେ ପହଞ୍ଚିଛନ୍ତି। ଆକାଶଦୀପ ସମ୍ପୂର୍ଣ୍ଣ ସିଜିନରୁ ବାଦ୍ ପଡ଼ି ସାରିଛନ୍ତି।

ଯଶପ୍ରୀତ ବୁମରା ଶୀଘ୍ର ଦଳରେ ଯୋଗ ଦେବେ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଶିବିର ଆଶା କରିଛି। ବୁମରା MI ପାଇଁ ସବୁଠୁ ବଡ଼ ଖେଳାଳି। ସେ ଗୁରୁତ୍ଵପୂର୍ଣ୍ଣ ସମୟରେ ଓ୍ଵିକେଟ୍ ନେଇ T20 ବିଶ୍ୱକପ୍ 2026 ରେ ଭାରତକୁ ଚାମ୍ପିଅନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

ଉଲ୍ଲେଖନୀୟ ମୁମ୍ବାଇ ଇଣ୍ଡିଆନ୍ସ ମାର୍ଚ୍ଚ ୨୯ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରୁ ନିଜର IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଗତ ସିଜନରେ, ଦ୍ଵିତୀୟ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗସ୍ ଠାରୁ ହାରିବା ପରେ ମୁମ୍ବାଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା। ମୁମ୍ବାଇ ଶେଷ ଥର ୨୦୨୦ରେ ଟୁର୍ଣ୍ଣାମେଣ୍ଟ ଜିତିଥିଲା। କିନ୍ତୁ ତା ପରଠୁ ଦଳ ଆଉ ଫାଇନାଲରେ ପହଞ୍ଚି ନାହିଁ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button