ଦେଶ ବିଦେଶବାଣିଜ୍ୟ

Mines: ବର୍ଷକରେ ଓଡ଼ିଶାରେ ୫ ଖଣି କାର୍ଯ୍ୟକ୍ଷମ

ଆର୍ଥିକ ବର୍ଷ ୨୦୨୫-୨୬ରେ ସାରା ଦେଶରେ ୩୦ଟି ଖଣି ଉତ୍ପାଦନକ୍ଷମ ହୋଇଥିଲା। ସେଥିରୁ ସର୍ବାଧିକ ୮ଟି ଖଣି ଗୁଜରାଟରେ ରହିଛି। ଓଡ଼ିଶା ଓ ମଧ୍ୟପ୍ରଦେଶରେ ୫ଟି ଲେଖାଏଁ ଖଣି କାର୍ଯ୍ୟକ୍ଷମ ହୋଇଛି। ଓଡ଼ିଶାରେ ୩ଟି ଲୁହାପଥର ଓ ମାଙ୍ଗାନିଜ ଖଣି ଓ ଦୁଇଟି ଲୁହାପଥର ଖଣି କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ର ଖଣି ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି।

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୫-୨୬ରେ ସାରା ଦେଶରେ ୩୦ଟି ଖଣି ଉତ୍ପାଦନକ୍ଷମ ହୋଇଥିଲା। ସେଥିରୁ ସର୍ବାଧିକ ୮ଟି ଖଣି ଗୁଜରାଟରେ ରହିଛି। ଓଡ଼ିଶା ଓ ମଧ୍ୟପ୍ରଦେଶରେ ୫ଟି ଲେଖାଏଁ ଖଣି କାର୍ଯ୍ୟକ୍ଷମ ହୋଇଛି। ଓଡ଼ିଶାରେ ୩ଟି ଲୁହାପଥର ଓ ମାଙ୍ଗାନିଜ ଖଣି ଓ ଦୁଇଟି ଲୁହାପଥର ଖଣି କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ର ଖଣି ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି।୨୦୨୫-୨୬ରେ ୧୦ଟି ରାଜ୍ୟରେ ବକ୍ସାଇଟ୍‌, ଚୂନପଥର, ଲୁହାପଥର ଓ ମାଙ୍ଗାନିଜ ଖଣି କାର୍ଯ୍ୟକ୍ଷମ ହୋଇଥିଲା।

ସେହି ରାଜ୍ୟଗୁଡ଼ିକ ହେଉଛି ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା, ଗୋଆ, କର୍ଣ୍ଣାଟକ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼ ଓ ଆସାମ। ଏହି ଆର୍ଥିକ ବର୍ଷରେ ୨୦୦ଟି ଖଣିକୁ ନିଲାମ ପାଇଁ ଉପଲବ୍ଧ କରାଯାଇଥିଲା। ସେଥିରୁ ୩୦ଟି ଖଣି ବର୍ଷକ ଭିତରେ କାର୍ଯ୍ୟକ୍ଷମ ହେବା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ନିଲାମ ହେଉଥିବା ଖଣିଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଖଣି ମନ୍ତ୍ରଣାଳୟ କେତେକ ସଂସ୍କାର ପଦକ୍ଷେପ ଗ୍ରହଣ କରିଛି।

 

 

 

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button