ମନୋରଞ୍ଜନ

The Monster: ଫ୍ଲୋର୍‌କୁ ଗଲା ‘ମନ୍‌ଷ୍ଟର୍’

‘ଆଇ ଲଭ ୟୁ ୨’ ଫେମ୍ ନାୟକ ଆଦିତ୍ୟଙ୍କ ଅଭିନୀତ ଦ୍ବିତୀୟ ଓଡ଼ିଆ ସିନେମା ‘ମନ୍‌ଷ୍ଟର୍’ର ସୁଟିଂ ଆରମ୍ଭ ହୋଇଛି। ଏଥିରେ ତାଙ୍କ ବିପକ୍ଷରେ ନବାଗତା ଦିବ୍ୟଜ୍ୟୋତି ତ୍ରିପାଠୀଙ୍କୁ ନିଆଯାଇଛି। ଏଥିରେ ଅନ୍ୟାନ୍ୟ ଭୂମିକାରେ ସୂର୍ଯ୍ୟମୟୀ, କେକେ, ଚୌଧୁରୀ ବିକାଶ ଦାସ....

‘ଆଇ ଲଭ ୟୁ ୨’ ଫେମ୍ ନାୟକ ଆଦିତ୍ୟଙ୍କ ଅଭିନୀତ ଦ୍ବିତୀୟ ଓଡ଼ିଆ ସିନେମା ‘ମନ୍‌ଷ୍ଟର୍’ର ସୁଟିଂ ଆରମ୍ଭ ହୋଇଛି। ଏଥିରେ ତାଙ୍କ ବିପକ୍ଷରେ ନବାଗତା ଦିବ୍ୟଜ୍ୟୋତି ତ୍ରିପାଠୀଙ୍କୁ ନିଆଯାଇଛି। ଏଥିରେ ଅନ୍ୟାନ୍ୟ ଭୂମିକାରେ ସୂର୍ଯ୍ୟମୟୀ, କେକେ, ଚୌଧୁରୀ ବିକାଶ ଦାସ, ଜୟ ପ୍ରକାଶ ଦାସ ଓ ମିଷ୍ଟର ରାଉତ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

ନବାଗତ ଦେବରାଜ ବିଧାର ଏହାର ପ୍ରଯୋଜନା କରିଥିବା ବେଳେ ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶନା ଦେଇଛନ୍ତି। ଆଦିତ୍ୟ ମହାପାତ୍ର ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି  ଅମିତ କୁମାର ଦାଶ ଓ ପ୍ରଣବପ୍ରସନ୍ନ ରଥ। ବୈଦ୍ୟନାଥ ଦାଶ ଓ ଆଶିଷ ପ୍ରଧାନ ଏହାର ସଙ୍ଗୀତକାର।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button