Minor girl: ନାବାଳିକାଙ୍କୁ ଛୁରି ଦେଖାଇ ଦୁଷ୍କର୍ମ: ୫ ମାସର ଗର୍ଭବତୀ, ଏମ୍କେସିଜିରେ ଭର୍ତ୍ତି
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ଜଣେ ନାବାଳିକା (୧୫)ଙ୍କୁ ଛୁରି ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ୫ମାସର ଗର୍ଭବତୀ ଥିବା ବେଳେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି।

ବ୍ରହ୍ମପୁର: ଗଞ୍ଜାମଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ଜଣେ ନାବାଳିକା (୧୫)ଙ୍କୁ ଛୁରି ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ୫ମାସର ଗର୍ଭବତୀ ଥିବା ବେଳେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ଭଞ୍ଜନଗର ଥାନା ଅଞ୍ଚଳର ନାବାଳିକା ଜଣକ ନିଜ ସଂପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ଗତ ଫେବ୍ରୁଆରି ମାସରେ ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଜଣେ ସାଙ୍ଗଘରକୁ ପଢ଼ିବାକୁ ଯାଇଥିଲେ।
ଏହି ସମୟରେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ନାବାଳିକାଙ୍କୁ ଛୁରି ଦେଖାଇ ଭୟଭୀତ କରିବା ସହ ଗୋଟିଏ ଘର ବାରିପଟକୁ ନେଇ ଦୁଷ୍କର୍ମ କରିଥିଲା। ଏହାସହ କାହାକୁ ନ କହିବାକୁ ଧମକ ଦେଇଥିଲା। କିଛି ମାସ ପରେ ନାବାଳିକାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବାରୁ ପରିବାରବର୍ଗ ତାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ପରୀକ୍ଷା ବେଳେ ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡ଼ିବାରୁ ବ୍ରହ୍ମପୁର ଏମ୍କେସିଜିକୁ ରେଫର କରାଯାଇଥିଲା। ଡାକ୍ତର ଏନେଇ ହିଞ୍ଜିଳିକାଟୁ ପୁଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ନାବାଳିକାଙ୍କ ଚିକିତ୍ସା ଜାରି ରହିିଛି। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ସହ ଗର୍ଭପାତ କରିବା ନେଇ ମେଡିକାଲ ବୋର୍ଡ ଗଠନ କରାଯାଇଥିବା ସୂଚନା ମିଳିିଛି। ଏନେଇ ହିଞ୍ଜିଳିକାଟୁ ଥାନାରେ ଏକ ମାମଲା ରୁଜୁ ହୋଇଛି।
ସୌଜନ୍ୟ ସମ୍ବାଦ




