ଅପରାଧଓଡିଶା

Mobile Young Woman Death: ପୁଣି ମୋବାଇଲ୍ ନେଲା ଜୀବନ, ଗପୁଥିବା ବେଳେ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ

ଗତକାଲି ମୋବାଇଲ୍ ଦୁଇଜଣଙ୍କର ଜୀବନ ନେଇଥିଲା। ଆଉ ଆଜି ଜଣେ ଯୁବତୀଙ୍କର ଜୀବନ ଯାଇଛି। ଫୋନରେ ଗପିବା କାଳ ହେଲା। କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ତିନିମହଲା ଛାତରୁ ପଡ଼ି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି।

କଟକ/ବାଲିପାଟଣା/ହାଟଡିହି: ଗତକାଲି ମୋବାଇଲ୍ ଦୁଇଜଣଙ୍କର ଜୀବନ ନେଇଥିଲା। ଆଉ ଆଜି ଜଣେ ଯୁବତୀଙ୍କର ଜୀବନ ଯାଇଛି। ଫୋନରେ ଗପିବା କାଳ ହେଲା। କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ତିନିମହଲ ଛାତରୁ ପଡ଼ି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବତୀଙ୍କ ନାମ ହେଲା ବର୍ଷା ତ୍ରିପାଠୀ। ଗତକାଲି ରାତି ସାଢ଼େ ୧୧ଟା ସମୟରେ ସେ ରାତିରେ ଫୋନରେ ଗପୁଥିଲେ।  ତାପରେ ଛାତରୁ ପଡ଼ି ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ କଟକ ବଡ଼  ମେଡିକାଲରେ ଭର୍ତ୍ତି  କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତ୍ୟୁ ହେଲା। ଛାତରୁ ଖସି ପଡ଼ିବା ଯୋଗୁ ନା କେହି ତାଙ୍କୁ ପେଲି ଦେବାରୁ ନା ଅନ୍ୟ କିଛି କାରଣ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ତାହା ସନ୍ଦେହ ଘେରରେ ରହିଛି। ଯୁବତୀ ଭଡ଼ାରେ ରହୁଥିବା ବେଳେ ବିଭିନ୍ନ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିଲେ।  ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button