ଅର୍ଥନୀତି

Monetary Policy Review: ମୁଦ୍ରାନୀତି ସମୀକ୍ଷା: ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟିର ତିନିଦିନିଆ ବୈଠକ ପରେ ଆଜି ମୁଦ୍ରାନୀତି ସମୀକ୍ଷା ଘୋଷଣା କରାଯାଇଛି। ତେବେ ଚଳିତ ଥର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ରେପୋ ହାରକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଥିବା କହିଛନ୍ତି।

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟିର ତିନିଦିନିଆ ବୈଠକ ପରେ ଆଜି ମୁଦ୍ରାନୀତି ସମୀକ୍ଷା ଘୋଷଣା କରାଯାଇଛି। ତେବେ ଚଳିତ ଥର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ରେପୋ ହାରକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଥିବା କହିଛନ୍ତି। ଦେଶରେ ଅର୍ଥନୈତିକ ଦୃଶ୍ୟପଟ ସନ୍ତୋଷଜନକ ଥିବାବେଳେ ମୁଦ୍ରାସ୍ଫୀତି ଏବେ ସ୍ଥିର ରହିଛି। ଏହା ସହିତ ବିଭିନ୍ନ ନିୟାମକଗୁଡ଼ିକୁ ବିଚାରକୁ ନେଇ ରେପୋ ହାର ଅପରିବର୍ତ୍ତିତ ରଖିବାକୁ ଚାଲିଥିବା ବୈଠକରେ ମୁଦ୍ରାନୀତି କମିଟି (ଏମ୍‌ପିସ) ପରାମର୍ଶ ଦେଇଥିଲା। ଏହି ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଚଳିତ ଆର୍ଥିକ ବର୍ଷର ଏହା ଥିଲା ଚୂଡ଼ାନ୍ତ ମୁଦ୍ରାନୀତି କମିଟି ବୈଠକ।

ସୂଚନାଯୋଗ୍ୟ, ୨୦୨୫ ଫେବ୍ରୁଆରିରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରେପୋ‌ ହାରରେ ବିଭିନ୍ନ ପର୍ଯ୍ୟାୟରେ ୧.୨୫ ପ୍ରତିଶତ ହ୍ରାସ କରି ସାରିଛି। ଶେଷ ଥର ପାଇଁ ଡିସେମ୍ବର ୨୦୨୫ରେ ରେପୋ ହାର ହ୍ରାସ କରାଯାଇଥିଲା। ସଂପ୍ରତି ମୁଦ୍ରାସ୍ଫୀତି ହାର ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ନିମ୍ନ ସ୍ତରରେ ରହିଥିବାରୁ ରେପୋ ହାରକୁ ଆଉ ହ୍ରାସ କରିବାର ଏବେ ଆବଶ୍ୟକତା ନଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ମାଲହୋତ୍ରା କହିଛନ୍ତି। ମୁଦ୍ରାସ୍ଫୀତି ଚାପର ମୁକାବିଲା ଏବଂ ଅର୍ଥନୈତିକ ସ୍ଥିତିକୁ ଲକ୍ଷ୍ୟରେ ରଖି ରିଜର୍ଭ ବ୍ୟାଭ୍କ ରେପୋ ଓ ଅନ୍ୟାନ୍ୟ ସୁଧ ହାର ସଂକ୍ରାନ୍ତ ନିଷ୍ପତ୍ତି ନେଇଥାଏ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button