ରାଜ୍ୟ

Mother Carries Dying Son ମରିଗଲା ମାନବିକତା: ମୁମୂର୍ଷୁ ପୁଅକୁ କାନ୍ଧରେ ଧରି ଦୌଡ଼ିଲେ ମା’, ଆଖି ଆଗରେ ଦେଖି ବି ନିରବ ରହିଲେ ଲୋକେ

କେନ୍ଦୁଝର ପାଟଣାରେ ଲଗାଣ ବର୍ଷା ମଧ୍ୟରେ ପୋଖରୀରେ ବୁଡ଼ିଥିବା ୧୩ ବର୍ଷୀୟ ପୁଅକୁ କାନ୍ଧରେ ଧରି ଦୌଡ଼ିଲେ ମା’। ପୋଲ ଧୋଇଯିବାରୁ ଆମ୍ବୁଲାନ୍ସ ପହଞ୍ଚିପାରିନଥିଲା।

କେନ୍ଦୁଝର (ଜିତେନ୍ଦ୍ର ପଟ୍ଟନାୟକ): ଲଗାଣ ବର୍ଷାରେ ଭରା ପୋଖରୀ, ମା’ଓ ପୁଅ ଗାଧୋଇବାକୁ ଯାଇଥିଲେ, ପୋଖରୀ ପାଣିରେ ଡୁବିଗଲେ ପୁଅ। ଜୀବନକୁ ପାଣିଛଡ଼ାଇ ପୁଅକୁ ପାଣିରୁ କାଢ଼ିଲେ। ଆମ୍ବୁଲାନ୍‌ସକୁ ଡାକିଲେ, କିନ୍ତୁ ବର୍ଷାରେ ରାସ୍ତା ଧୋଇ ହୋଇଯାଇଥିବାରୁ ଆମ୍ବୁଲାନ୍‌ସ ଆସିପାରିଲାନାହିଁ। ବିକଳରେ ମା’ ନିଜର ମୁମୂର୍ଷୁ ପୁଅକୁ କାନ୍ଧରେ ପକାଇ ଦୌଡ଼ିଲେ, କିନ୍ତୁ ଆମ୍ବୁଲାନ୍‌ସ ନିକଟରେ ପହଞ୍ଚିବା ବେଳେ ପୁଅ ଆଖିବୁଜିଦେଇଥିଲେ। ମା’ର କୋଳ ଉଜୁଡ଼ିଯାଇଥିଲା। ତେବେ ଏହି ଘଟଣା ଯେତିକି ହୃଦୟ ବିଦାରକ ନଥିଲା, ମାଆ ପୁଅକୁ କାନ୍ଧରେ ପକାଇ ଦୌଡ଼ିବା ବେଳେ କେତେକ ଯୁବକ ମୋଟରସାଇକଲ୍‌ ଧରି ଠିଆ ହୋଇ ଦେଖୁଥିଲେ ମଧ୍ୟ କୌଣସି ସହାୟତା କରିନଥିଲେ।  ଏପରି ଖଟିଆରେ ପୁଅକୁ ଧରି ଦୁଇ ଜଣ ମହିଳା ବୋହିଚାଲିଥିବା ବେଳେ ଆଖପାଖର ପୁରୁଷମାନେ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲେ। ଏଭଳି ଏକ ହୃଦୟବିଦାରକ ଓ ମାନବିକତାକୁ ପାଦରେ ଦଳିଦେବା ଭଳି ଘଟଣା, ଆଜି (ମଙ୍ଗଳବାର) କେନ୍ଦୁଝର ପାଟଣାରେ ଘଟିଛି।

କେନ୍ଦୁଝର ଜିଲ୍ଲା ପାଟଣା ଥାନା  ଝାଲିଆପଡା ଗ୍ରାମର ଗୁଣିଆଭାଡ଼ି ସାହିର ବାସିନ୍ଦା ରୋହିତ ମହାନ୍ତଙ୍କ ପତ୍ନୀ’ ଓ ପୁଅ ନରେଶ (୧୩) ସବୁଦିନ ଭଳି ଆଜି ପୂର୍ବାହ୍‌ଣରୁ ପୋଖରୀକୁ ଶୌଚ ଓ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ନାବାଳକ ଜଣକ ପାଣିରେ ଡୁବିଯାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସକୁ ସୂଚିତ କରିଥିଲେ।  ଆମ୍ବୁଲାନ୍‌ସ ପହଞ୍ଚିଥିଲା, କିନ୍ତୁ ବର୍ଷାରେ ଗାଁ ସଂଯୋଗ ପୋଲ ଧୋଇ ହୋଇଯାଇଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା।

ଅନ୍ୟ ଉପାୟ ନପାଇ ମା’ ମୁମୁର୍ଷୁ ପୁଅକୁ କାନ୍ଧରେ ପକାଇ ଦୌଡ଼ିଥିଲେ। ପରିବାର ଲୋକ ପୋଲ ନିକଟରୁ ଏକ ଖଟିଆ ସାହାଯ୍ୟରେ ନାଳ ପାର କରି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ସେଠାରୁ ଆମ୍ବୁଲାନ୍‌ସ ଯୋଗେ ହସ୍‌ପିଟାଲ୍‌କୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button