ଦେଶ ବିଦେଶ

MoU: ସୋନ ନଦୀ ଜଳକୁ ନେଇ ବିହାର ଏବଂ ଝାଡ଼ଖଣ୍ଡ ମଧ୍ୟରେ ବଡ଼ ଚୁକ୍ତି

ସୋନ ନଦୀ ଜଳ ବଣ୍ଟନକୁ ନେଇ ବିହାର ଏବଂ ଝାଡ଼ଖଣ୍ଡ ମଧ୍ୟରେ ପ୍ରାୟ ୨୫ ବର୍ଷ ପୁରୁଣା ବିବାଦ ଏବେ ଶେଷ ହୋଇଛି। ଦୁଇ ରାଜ୍ୟ ଜଳ ବଣ୍ଟନ ନେଇ ଏକ ଚୁକ୍ତିନାମାରେ ପହଞ୍ଚିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଦୁଇ ରାଜ୍ୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ନୂଆଦିଲ୍ଲୀ: ସୋନ ନଦୀ ଜଳ ବଣ୍ଟନକୁ ନେଇ ବିହାର ଏବଂ ଝାଡ଼ଖଣ୍ଡ ମଧ୍ୟରେ ପ୍ରାୟ ୨୫ ବର୍ଷ ପୁରୁଣା ବିବାଦ ଏବେ ଶେଷ ହୋଇଛି। ଦୁଇ ରାଜ୍ୟ ଜଳ ବଣ୍ଟନ ନେଇ ଏକ ଚୁକ୍ତିନାମାରେ ପହଞ୍ଚିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଦୁଇ ରାଜ୍ୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ କେନ୍ଦ୍ର ସରକାର ଏବଂ ଉଭୟ ରାଜ୍ୟର ଅନେକ ଅଧିକାରୀ ଉପସ୍ଥିତ ଥିଲେ। ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ସି.ଆର. ପାଟିଲ ଏବଂ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଗୃହମନ୍ତ୍ରୀ ଅମିତ ଶାହ ଏହି ଚୁକ୍ତିନାମାକୁ ସହଯୋଗ ସଂଘୀୟତାର ଏକ ଉଦାହରଣ ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ, ପ୍ରତ୍ୟେକ ରାଜ୍ୟର ନିଜସ୍ୱ ଆବଶ୍ୟକତା ଏବଂ ପ୍ରାଥମିକତା ଥିବାବେଳେ, ଦେଶର ବୃହତ୍ତର ହିତ ପାଇଁ ସମାଧାନ ଖୋଜିବା ପାଇଁ ରାଜ୍ୟ ସରକାରମାନେ ଏକାଠି କାମ କରିବା ଉଚିତ୍। କୃଷି, ଗ୍ରାମୀଣ ବିକାଶ ଏବଂ ଜଳସମ୍ପଦ ସହିତ ଜଡିତ ବିବାଦ ମଧ୍ୟ ଆଲୋଚନା ଏବଂ ପାରସ୍ପରିକ ସହମତି ମାଧ୍ୟମରେ ସମାଧାନ କରାଯାଇପାରିବ। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ ଏହି ଚୁକ୍ତି ପାଇଁ ଧନ୍ୟବାଦ ଜଣାଇଛନ୍ତି। ଆଲୋଚନା ମାଧ୍ୟମରେ ଆନ୍ତଃରାଜ୍ୟ ବିବାଦର ସମାଧାନ ପାଇଁ ଏହା ଚଳିତ ବର୍ଷ ଚତୁର୍ଥ ପ୍ରମୁଖ ଚୁକ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button