ଜାତୀୟମନୋରଞ୍ଜନ

MrBeast: YouTubeର ସବୁଠୁ ବଡ଼ ରେକର୍ଡ, MrBeast ପାର କଲେ ୫୦୦ ମିଲିୟନ ସବସ୍କ୍ରାଇବର୍

ୟୁଟ୍ୟୁବ୍ ଇତିହାସରେ ରେକର୍ଡ କରିଛି ଜେମ୍ସ ଷ୍ଟିଫେନ୍ ଡୋନାଲ୍ଡସନଙ୍କ ଚ୍ୟାନେଲ ‘ମିଷ୍ଟରବିଷ୍ଟ’। ବିଶ୍ୱର ସବୁଠାରୁ ବଡ଼ YouTuber MrBeast ଇତିହାସ ରଚିଛନ୍ତି। ସେ ବିଶ୍ୱର ପ୍ରଥମ ବ୍ୟକ୍ତିଗତ YouTuber ଭାବରେ ୫୦୦ ମିଲିୟନ ସବସ୍କ୍ରାଇବରରେ ପହଞ୍ଚିଛନ୍ତି।

ନୂଆଦିଲ୍ଲୀ ୧୭।୦୬; ବିଶ୍ୱର ସବୁଠାରୁ ବଡ଼ YouTuber MrBeast ଇତିହାସ ରଚିଛନ୍ତି। ସେ ବିଶ୍ୱର ପ୍ରଥମ ବ୍ୟକ୍ତିଗତ YouTuber ଭାବରେ ୫୦୦ ମିଲିୟନ ସବସ୍କ୍ରାଇବରରେ ପହଞ୍ଚିଛନ୍ତି। ସେ ଏକ ଲାଇଭଷ୍ଟ୍ରିମ୍ ସମୟରେ ସେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ମିଷ୍ଟର ବିଷ୍ଟ ନାମରେ ପରିଚିତ ଡୋନାଲ୍ଡସନ୍ ୫୦ କୋଟି ସବ୍‌ସ୍କ୍ରାଇବର୍ ପାର୍ କରିଥିବା ପ୍ରଥମ କ୍ରିଏଟର ହୋଇଛନ୍ତି । ଗତ ୧୨ ତାରିଖରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିଥିବା ସେ ପ୍ରଥମ ବ୍ୟକ୍ତି।

ଶୀର୍ଷ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟରେ ଦୁଇଟି ଭାରତୀୟ ଚ୍ୟାନେଲ ମଧ୍ୟ ରହିଛି । ମିଷ୍ଟର ବିଷ୍ଟ ୟୁଟ୍ୟୁବରୁ ବର୍ଷକୁ ପ୍ରାୟ ୮୦୩ କୋଟି ଟଙ୍କା ଆୟ କରୁଛନ୍ତି। ତାଙ୍କ ଆୟର ମାଧ୍ୟମ ବିଜ୍ଞାପନ, ତାଙ୍କର କ୍ୟାଣ୍ଡି ବ୍ରାଣ୍ଡ ଓ ଆମାଜନ୍ ପ୍ରାଇମ୍‌ରେ ବିଷ୍ଟ ଗେମ୍ ଭଳି ପ୍ରଡକ୍ସନ୍ ସାମିଲ । ଅରବ ଡଲାର ସାମ୍ରାଜ୍ୟ ତୋଳିବାର ବହୁ ପୂର୍ବରୁ ୨୦୧୨ରେ ଡୋନାଲ୍ଡସନ୍ ମାତ୍ର ୧୩ ବର୍ଷ ବୟସରେ ମିଷ୍ଟରବିଷ୍ଟ ନାମରେ ଗେମିଂ ଭିଡିଓ ଅପଲୋଡ଼ କରୁଥିଲେ । ଅନେକ ବର୍ଷ ଧରି ସେ କମ୍ ବଜେଟ୍ର ଭିଡିଓ ପ୍ରସ୍ତୁତ କଲେ ।

ୟୁଟ୍ୟୁବ୍‌କୁ ପୂର୍ଣ୍ଣକାଳୀନ କାମ ରୁପେ ଚୟନ କରିବା ପାଇଁ କଲେଜ ଆରମ୍ଭ କରିବାର ମାତ୍ର ୨ ସପ୍ତାହ ପରେ ସେ ପଢ଼ା ଛାଡ଼ିଦେଲେ । ମିଷ୍ଟର ବିଷ୍ଟ ଏବେ କେବଳ ୟୁଟ୍ୟୁବର ନୁହନ୍ତି। ବିଷ୍ଟ ଇଣ୍ଡଷ୍ଟ୍ରିଜ୍ ଜରିଆରେ ସେ ଏକ ବିଶାଳ ସାମ୍ରାଜ୍ୟ ଚଳାଉଛନ୍ତି। ଏଥିରେ କଣ୍ଟେଣ୍ଟ କ୍ରିଏସନ୍, ମର୍ଚାଣ୍ଡାଇଜ, ସମାଜ ସେବା ଓ କଜ୍ୟୁମର ବ୍ରାଣ୍ଡ ସାମିଲ । ଏହି କମ୍ପାନି ଅରବ ଡଲାର ମୂଲ୍ୟାୟନର ଲକ୍ଷ୍ୟ ନେଇ ଆଗକୁ ବଢୁଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button