ରାଜ୍ୟ

Murder: ନୃଶଂସ ଜ୍ୱାଇଁର କଟୁରି ଚୋଟରେ ଶଶୁର ମୃତ, ଅଭିଯୁକ୍ତ ଅଟକ

ଶଶୁରଙ୍କୁ କଟୁରିରେ ହାଣି ହତ୍ୟା କଲା ଜ୍ୱାଇଁ। ଘରୋଇ କଳହକୁ ନେଇ ଗତ ରାତିରେ ଘଟିଛି ଏଭଳି ନିର୍ମମ ହତ୍ୟାକାଣ୍ଡ। ଏହି ଘଟଣା ଘଟିଛି ବାମରା ଗୋବିନ୍ଦପୁର ଥାନା ମହୁଲଛାପଲ ଗାଁରେ। ମୃତକ ଶଶୁର ହେଲେ କାଲୋ କଚ୍ଛପ।

ଗଡ଼ପୋଷ/କୁଚିଣ୍ଡା: ଶଶୁରଙ୍କୁ କଟୁରିରେ ହାଣି ହତ୍ୟା କଲା ଜ୍ୱାଇଁ। ଘରୋଇ କଳହକୁ ନେଇ ଗତ ରାତିରେ ଘଟିଛି ଏଭଳି ନିର୍ମମ ହତ୍ୟାକାଣ୍ଡ। ଏହି ଘଟଣା ଘଟିଛି ବାମରା ଗୋବିନ୍ଦପୁର ଥାନା ମହୁଲଛାପଲ ଗାଁରେ। ମୃତକ ଶଶୁର ହେଲେ କାଲୋ କଚ୍ଛପ।

ଶଶୁରଙ୍କ ସହ ଜ୍ବାଇଁର ବଚସା ହୋଇଥିଲା

ଗତକାଲି ଜ୍ୱାଇଁ ଶଶୁର ଘରକୁ ଆସିଥିଲେ। ପରେ  କୌଣସି କଥାକୁ ନେଇ ଶଶୁରଙ୍କ ସହ ଜ୍ବାଇଁର ବଚସାହୋଇଥିଲା। ଏହାପରେ ଉତକ୍ଷିପ୍ତ ହୋଇ ଜ୍ବାଇଁ ଶଶୁରଙ୍କୁ କଟୁରିରେ ହାଣି ହତ୍ୟା କରିଥିଲା। ଏହାପରେ ସେ ଘରୁ ଫେରାର ମାରିଥିଲା। ପାଖ ଜଙ୍ଗଲରେ ଲୁଚିଥିବା ବେଳେ ଆଜି ଅଭିଯୁକ୍ତ ଜ୍ୱାଇଁକୁ ପୁଲିସ ଧରି ଥାନାରେ ଅଟକ ରଖି ଅଧିକ ତଦନ୍ତଚଳାଇଛି ଗୋବିନ୍ଦପୁର ପୁଲିସ।

ଗତକାଲି ବିଳମ୍ବିତ ରାତିରେ ବାମରା ବ୍ଲକ ଗୋବିନ୍ଦପୁର ଥାନା ପିଣ୍ଡାପଥର ପଞ୍ଚାୟତ ଅନ୍ତର୍ଗତ ଲାଲପଡ଼ାରେ ଜ୍ୱାଇଁର ଧାରୁଆ ଅସ୍ତ୍ର ଆକ୍ରମଣରେ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଅଭିଯୁକ୍ତ ଏନ୍ଥୋନୀ କିସାନ (୩୫) ଓ ତାଙ୍କ ସ୍ତ୍ରୀ ଅମିତା କିସାନଙ୍କ ମଧ୍ୟରେ କଳହ ହୋଇଥିଲା। ଫଳରେ ଅମିତା ନିଜ ବାପଘର ପିଣ୍ଡାପଥର ଗ୍ରାମକୁ ଚାଲି ଯାଇଥିଲେ। ତେବେ କିଛି ସମୟ ପରେ ଅମିତାଙ୍କ ବାପା କାଲୋ କଛପ (୫୮) ଜ୍ୱାଇଁ ଘରକୁ ଆସିଥିଲେ। ତେବେ ବିଳମ୍ବିତ ରାତିରେ ଏନ୍ଥୋନୀ ଏକ ଧାରୁଆ ଘାସ କଟା ଅସ୍ତ୍ରରେ ନିଜ ଶ୍ବଶୁରଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସକାଳେ ଝିଅ ଅମିତା ପୁଣି ନିଜ ସ୍ୱାମୀଙ୍କ ଘରକୁ ଫେରି ଦେଖିଲା ବେଳକୁ ଘର ବାରଣ୍ଡାରେ ତାଙ୍କ ବାପାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା ଓ ତାଙ୍କର ମୃତ୍ୟୁ ହୋଇ ସାରିଥିବା। ଘଟଣା ସମ୍ପର୍କରେ ଖବର ପାଇ ଗୋବିନ୍ଦପୁର ଆଇଆଇସି ପଦ୍ମାଳୟା ସାହୁ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅଭିଯୁକ୍ତକୁ ଅଟକ ରଖି ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଅଭିଯୁକ୍ତ ବିରୋଧରେ ଗୋବିନ୍ଦପୁର ଥାନା କେସ ନମ୍ବର ୧୨୮/୨୦୨୬’ ଧାରା ୧୦୩(୧) ରେ ମାମଲା ରୁଜୁ କରିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button