
ଚନ୍ଦ୍ରଶେଖରପୁର (ବିଦ୍ୟାଧର ବାରିକ): ନିଜ ସ୍ତ୍ରୀ’ଙ୍କୁ କଟୁରୀରେ ପ୍ରାଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୁକ୍ତ ସ୍ବାମୀକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫକରି କୋର୍ଟ ଚାଲଣ କରିଛି। ଘଟଣାଅନୁଯାୟୀ ଅଭିଯୁକ୍ତ ସୁରଜୀତ ରାଉତରାୟକୁ ପୁଲିସ୍ ଖୋର୍ଦ୍ଧା ଟାଙ୍ଗି ଅଞ୍ଚଳରୁ ଗିରଫକରିଛି। ତା’ନିକଟରୁ ପୁଲିସ୍ ଗୋଟିଏ କାର୍ ସହିତ ରକ୍ତ ଲଗା କଟୁରୀ, ଦୁଇଟି ମୋବାଇଲ ଜବତକରିଛି।
ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ସ୍ବାମୀ ସୁରଜିତ ରାଉତରାୟ(୪୮) ଜଣେ ସଫ୍ଟୱେର ଇଞ୍ଜିନିୟର ଏବଂ ଅଭିଯୋଗକାରୀ ଜଣେ ପତ୍ନୀ ପୀଡିତା ସ୍ୱପ୍ନାମୟୀ ସାମଲ ଜଣେ ଶିକ୍ଷୟତ୍ରୀ। ସେମାନଙ୍କର ବିବାହ ୨୦୦୬ରେ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଅଛି। କିଛି ମାସ ପୂର୍ବେ ଉଭୟଙ୍କ କୌଣସି ଅସୁବିଧା ହେବାରୁ ଚାକିରି ଛାଡ଼ି ଘରେ ରହୁଥିଲେ। ଯାହାନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ବଚସା ହେଉଥିଲଶ। ସେମାନେ ଚନ୍ଦ୍ରଶେଖରପୁର କଳ୍ପତରୁ ଆପାର୍ଟମେଣ୍ଟରେ ରହୁଥିଲେ।
ଗତକାଲି ତାଙ୍କ ପୁଅ ସ୍କୁଲକୁ ଚାଲିଯିବାପରେ ସୁରଜିତ ତାଙ୍କ ସ୍ତ୍ରୀ ସହ ଯୁକ୍ତିତର୍କକରି ଏକ କଟୁରୀରେ ପ୍ରାଣାନ୍ତକ ଆକ୍ରମଣ କରି ଘର ଭିତରେ ରକ୍ତାକ୍ତ କରି କବାଟ ବାହାର ପାଖରୁ ତାଲା ପକାଇ କେଉଁଆଡ଼େ ପଳାଇଥିଲେ। ଗୁରୁତର ଆହତହୋଇ କିଛି ସମୟ ଅଚେତ ହୋଇ ପୁଣି ଚେତାରେ ଫେରି ସହୟତାପାଇଁ ଚିତ୍କାର କରିବାରୁ ସ୍ବପ୍ନାମୟୀଙ୍କ କଥା ଶୁଣି ପଡ଼ୋଶୀ ପୁଲିସ୍ ଡ଼କାଇ ତାଲା ଖୋଲି ତାଙ୍କୁ ଉଦ୍ଧାରକରି ଚିକିତ୍ସାପାଇଁ ନିକଟ ହସ୍ପିଟାଲକୁ ପଠାଇଥିଲେ। ତେବେ ପୁଲିସ୍ ହସ୍ପିଟାଲରେ ଆହତଙ୍କ ଅଭିଯୋଗକୁ ଶୁଣି ଆଜି ଅଭିଯୁକ୍ତ ସ୍ବାମୀକୁ ଗିରଫକରି କୋର୍ଟ ଚାଲଣକରିଛି।
ସୌଜନ୍ୟ ସମ୍ବାଦ




