ଓଡିଶାମହାନଗର

Murder Relatives Accused Detained ଭଣଜାକୁ ଭୁଜାଲିରେ ଆକ୍ରମଣ ପରେ ମୃତ୍ୟୁ ଘଟଣା: ଅଭିଯୁକ୍ତ ମିଥୁନ ନାଥ ଫେରାର, ବାପାମା ଓ ସ୍ତ୍ରୀ ଥାନାରେ ଅଟକ

ଭଣଜାକୁ ଭୁଜାଲିରେ ଆକ୍ରମଣ ପରେ ମୃତ୍ୟୁ ଘଟଣାର ଅଭିଯୁକ୍ତ ମିଥୁନ ନାଥ ଫେରାର ହୋଇଯାଇଛି। ତାକୁ ପୁଲିସ୍ ଖୋଜୁଥିଲେ ବି ସକାଳ ୮ଟା ସୁଦ୍ଧା ତାକୁ ଧରିବାରେ ସକ୍ଷମ ହୋଇନି ପୁଲିସ୍। ତେଣେ ଏହି ମାମଲାରେ ଅଭିଯୁକ୍ତ ମିଥୁନ ନାଥର ବାପା, ବୋଉ ଏବଂ ପତ୍ନୀଙ୍କୁ ଥାନାରେ Detained ରଖି ପୁଲିସ ପଚରାଉଚରା କରୁଛି।

ବାଲିପାଟଣା: ଭଣଜାକୁ ଭୁଜାଲିରେ ଆକ୍ରମଣ ପରେ ମୃତ୍ୟୁ ଘଟଣାର ଅଭିଯୁକ୍ତ ମିଥୁନ ନାଥ ଫେରାର ହୋଇଯାଇଛି। ତାକୁ ପୁଲିସ୍ ଖୋଜୁଥିଲେ ବି ସକାଳ ୮ଟା ସୁଦ୍ଧା ତାକୁ ଧରିବାରେ ସକ୍ଷମ ହୋଇନି ପୁଲିସ୍। ତେଣେ ଏହି ମାମଲାରେ ଅଭିଯୁକ୍ତ ମିଥୁନ ନାଥର ବାପା, ବୋଉ ଏବଂ ପତ୍ନୀଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ଏଣେ ଗତକାଲି ଭାପୁର ନାଥସାହିରେ ରାତି ତମାମ ଉତେଜନା ଲାଗି ରହିଛି | ଏକମାତ୍ର ପୁଅକୁ ହରାଇ ପରିବାର ଓ ସମ୍ପର୍କୀୟ ମର୍ମାହତ ହୋଇପଡିଛନ୍ତି | ଗାଁ ରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି | ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ, ବନମାଳୀପୁର ଫାଣ୍ଡି ଅଧିକାରୀ ରାକେଶ ସାମଲ ଘଟଣା ଉପରେ ତୀକ୍ଷଣ ନଜର ରଖିଛନ୍ତି |

ଗାଁରେ ତୀବ୍ର ଉତ୍ତେଜନା

ହତ୍ୟାକାରୀ ଅଭିଯୁକ୍ତ ଫେରାର ହେବା ପରେ ଗାଁରେ ତୀବ୍ର ଉତ୍ତେଜନା ଦେଖା ଯାଇଥିଲା | ପୁଲିସ ଅଭିଯୁକ୍ତ ମିଥୁନ ନାଥ ଙ୍କ ବାପା, ମାଆ ଏବଂ ପତ୍ନୀ ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି | ଘଟଣା କୁ କେନ୍ଦ୍ର କରି ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା ରହିଛି | ତେବେ ତ୍ରିବେଣୀ ମହୋତ୍ସବ ସ୍ଥଳୀ ରକ୍ତ ରଞ୍ଜିତ ହୋଇଛି |

ତ୍ରିବେଣୀ ପୀଠରେ ଚାଲିଥିବା ମହୋତ୍ସବ ଯୋଗୁ ଗତକାଲି ସନ୍ଧ୍ୟାବେଳଠାରୁ ଅଠାନ୍ତର-ନୂଆଗାଁ ରାସ୍ତାରେ ଭାପୁର ନାଥସାହି ଛକରେ ବେଶ୍‌ ଜନଗହଳି ଥିଲା। ନାଥସାହିର ହୁଗୁଳି ଓରଫ ମିଥୁନ ନାଥ ରାସ୍ତାରେ ଏକାକୀ ବୁଲାଚଲା କରୁଥିଲା। ଏତିକିବେଳେ ସମ୍ପର୍କୀୟ ଭଣଜା ଲିପୁ ସେଠାରେ ପହଞ୍ଚି ହୁଗୁଳି ସହ ଥଟ୍ଟାମଜା କରିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଲିପୁ ଓ ହୁଗୁଳି ମଧ୍ୟରେ ଏମିତି ଥଟ୍ଟାମଜା ପ୍ରାୟ ସବୁବେଳେ ହୋଇଥାଏ। ଉଭୟେ ଉଭୟକୁ ଥଟ୍ଟାମଜାରେ ଗାଉଁଲି ଗାଳିମନ୍ଦ କରନ୍ତି। ମାତ୍ର ଆଜି ହୁଗୁଳି କୌଣସି କାରଣରୁ ରାଗମୁଡ୍‌ରେ ଥିବାରୁ ଲିପୁର ଥଟ୍ଟାମଜା, ଗେଲ ତାମସାକୁ ଗ୍ରହଣ କରିନଥିଲା।  ପ୍ରତିବଦଳରେ ଦୁଇ ଥାପଡ଼ ମାରିଥିଲା। ହୁଗୁଳିର ହଠାତ୍ ଏଭଳି ପ୍ରତିକ୍ରିୟା ଦେଖି ଲିପୁ ବିସ୍ମିତ ହୋଇଥିଲେ ହେଁ ପୁଣି ଥଟ୍ଟା କରିଥିଲା। କିନ୍ତୁ ଏଥର ହୁଗୁଳି ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ସେ ପାଖରେ ରଖିଥିବା ଏକ ଭୁଜାଲି ବାହାର କରି ଲିପୁ ପେଟରେ ଭୁସି ଦେଇଥିଲା। ଫଳରେ ଲିପୁଙ୍କ ପେଟରୁ ଅନ୍ତଃବୁଜୁଳା ବାହାରିଆସିଥିଲା। ଲିପୁ ପେଟକୁ ଜାବୁଡ଼ି ଧରି ତଳେ ପଡ଼ିଯାଇଥିଲେ। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ହୁଗୁଳି ସେଠାରୁ ଚମ୍ପଟ ମାରିଥିଲା। ଉପସ୍ଥିତ କିଛି ଲୋକ ଆମ୍ବୁଲାନ୍‌ସ ଯୋଗେ ସଂଜ୍ଞାହୀନ ଅବସ୍ଥାରେ ଲିପୁକୁ ବାଲିପାଟଣା ଡାକ୍ତରଖାନାକୁ ନେଇଥିଲେ।

ପ୍ରାଥମିକ ଚିକିତ୍ସା କରିସାରି ଡାକ୍ତର ତୁରନ୍ତ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ଥାନାନ୍ତର କରିଥିଲେ। ମାତ୍ର ସେତେବେଳକୁ ଆଉ କିଛି ନଥିଲା। ଡାକ୍ତର ଲିପୁଙ୍କୁ ମୃତ ଘୋଷଣା କରିଥିଲେ। ତ୍ରିବେଣୀ ମହୋତ୍ସବ ବେଳେ ହୁଗୁଳି କ’ଣ ପାଇଁ ପାଖରେ ଭୁଜାଲି ଧରି ବୁଲୁଥିଲା, ତାହାକୁ ନେଇ ଲୋକେ ନାନାକଥା ଆଲୋଚନା କରୁଛନ୍ତି। ଲିପୁକୁ ଟାର୍ଗେଟ୍‌ କରିବା ପଛରେ କୌଣସି ବଡ଼ କାରଣ ନଥିବାରୁ ହୁଗୁଳି ଅନ୍ୟ କାହାକୁ ଟାର୍ଗେଟ୍‌ କରିଥିବା ନେଇ ଚର୍ଚ୍ଚା ହେଉଛି।

 

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button