ଅପରାଧଓଡିଶା

Naxal Leader surrrender: ବରିଷ୍ଠ ନକ୍ସଲ ନେତା ଚେଲୁରି ନାରାୟଣ ରାଓଙ୍କ ସମେତ ୮ ଅନ୍ୟ ନକ୍ସଲ ସଦସ୍ୟଙ୍କ ଆତ୍ମସମର୍ପଣ

ସୋମାନ୍ନାର ଆତ୍ମସମର୍ପଣ ପରେ ଏଓବିଏସ୍‌ଜେଡ୍‌ସି ପ୍ରାୟତଃ ‌ନିର୍ମୂଳ ହୋଇଯାଇଛି। ସୋମାନ୍ନା, କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ। ଏହାସହ ସେ ଏଓବିଏସ୍‌ଜେଡ୍‌ସିକୁ ପରିଚାଳନା କରୁଥିଲେ। ତାଙ୍କ ମୁଣ୍ଡଉପରେ ସରକାର ୨୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

ଭୁବନେଶ୍ବରଆନ୍ଧ୍ର-ଓଡ଼ିଶା ସୀମାନ୍ତ ସ୍ବତନ୍ତ୍ର ଆର୍ଥିନୈତିକ ଜୋନ୍‌ କମିଟି (ଏଓବିଏସ୍‌ଜେଡ୍‌ସି)ର ବରିଷ୍ଠ କମାଣ୍ଡର ଚେଲ୍ଲୁରି ନାରାୟଣ ରାଓ ଓରଫ ସୋମାନ୍ନାଙ୍କ ସମେତ ୮ଜଣ ନକ୍ସଲ ସଦସ୍ୟ ଆଜି ଅନ୍ଧ୍ରପ୍ରଦେଶରବ ବିଜୟୱାଡ଼ାରେ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ ନେଇ ଆନ୍ଧ୍ରପ୍ରଦେଶ ପୁଲିସ ମହାନିର୍ଦ୍ଦେଶ ହରୀଶ କୁମାର ଗୁପ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋମାନ୍ନାର ଆତ୍ମସମର୍ପଣ ପରେ ଏଓବିଏସ୍‌ଜେଡ୍‌ସି ପ୍ରାୟତଃ ‌ନିର୍ମୂଳ ହୋଇଯାଇଛି। ସୋମାନ୍ନା, କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ। ଏହାସହ ସେ ଏଓବିଏସ୍‌ଜେଡ୍‌ସିକୁ ପରିଚାଳନା କରୁଥିଲେ। ତାଙ୍କ ମୁଣ୍ଡଉପରେ ସରକାର ୨୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ୨୦୧୮ରେ ବିଧାୟକ କିଦାରି ସର୍ବେଶ୍ବର ରାଓ ଓ ବିଧାୟକ ଶିବେରୀ ସୋମେଶ୍ବର ରାଓଙ୍କ ହତ୍ୟା, ୨୦୦୧ରେ  ସିଆଇ ମୁଡ୍ଡାଡା ଗାନ୍ଧୀ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ  ହତ୍ୟା ମାମଲାରେ ସେ ପ୍ରମୁଖ ଅଭିଯୁକ୍ତ ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button